Friday, September 25, 2026
ADVERTISEMENT
Home ଜାତୀୟ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଯାଇଛି।

୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଯାଇଛି।

241
ADVERTISEMENT

ନୂଆଦିଲ୍ଲୀ,୧୮/୧୦(ଡି.ଏଚ ବ୍ୟୁରୋ):-୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଯାଇଛି। ୬ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅତିଥିଭାବେ ଯୋଗଦେଇ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର କିଂବଦନ୍ତୀ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ପ୍ରଦାନ କରାଯାଇଛି। ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରିଛନ୍ତି। ପୁଷ୍ପା ସିନେମାରେ ନିଖୁଣ ଅଭିନୟ ପାଇଁ ସେ ପୁରସ୍କାର ପାଇଛନ୍ତି। ଗଙ୍ଗୁବାଇ କାଠିଆୱାଡ଼ି ପାଇଁ ଆଲିଆ ଭଟ୍ଟଙ୍କୁ ଏବଂ ମିମି ଚଳଚ୍ଚିତ୍ର ପାଇଁ କୃତି ସେନନ୍‌ଙ୍କୁ ମିଳିତଭାବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ‌ଆର୍‌ଆର୍‌ଆର୍‌କୁ ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ‌ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ଭାବେ ପଙ୍କଜ ତ୍ରିପାଠୀ ଏବଂ ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ଭାବେ ପଲ୍ଲବୀ ଯୋଶୀଙ୍କୁ ପୁରସ୍କୃତ କରାଯାଇଛି। ସେମାନଙ୍କୁ ଯଥାକ୍ରମେ ମିମି ଓ ଦ କାଶ୍ମୀର ଫାଇଲ୍ସ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଉକ୍ତ ପୁରସ୍କାର ମିଳିଛି। ପ୍ରଚ୍ଛଦପଟ୍ଟ ଗୀତ ବର୍ଗରେ ‌ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ‌ଭାବେ ଏମ୍‌ଏମ୍‌ କିରା‌ବନି ଓ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଭାବେ କାଳ ଭୈରବଙ୍କୁ ପୁରସ୍କୃତ କରାଯାଇଛି। ଶ୍ରେୟା ଘୋଷାଲଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ପୁରସ୍କାର ମିଳିଛି। ସର୍ଦ୍ଦାର ଉଦ୍ଧମକୁ ଶ୍ରେଷ୍ଠ ହିନ୍ଦୀ ଏବଂ ଅନୁପମ ପଟ୍ଟନାୟକଙ୍କ ପ୍ରତୀକ୍ଷାକୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ମିଳିଛି।

Advertisement