Friday, October 30, 2026
ADVERTISEMENT
Home ଖେଳ ଚୀନର ହାଙ୍ଗଚୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଦ୍ବିତୀୟ ଦିବସରେ ଭାରତ ସ୍ବର୍ଣ୍ଣ ପଦକ ହାସଲ...

ଚୀନର ହାଙ୍ଗଚୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଦ୍ବିତୀୟ ଦିବସରେ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିଛି ।

163
ADVERTISEMENT

ନୂଆଦିଲ୍ଲୀ,୨୫/୯(ଡି.ଏଚ ବ୍ୟୁରୋ):-ଚୀନର ହାଙ୍ଗଚୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଦ୍ବିତୀୟ ଦିବସରେ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ‘ଭାରତୀୟ ପୁରୁଷଙ୍କ ୧୦ ମିଟର ଏୟାର୍ ରଇଫଲ୍ ଟିମ୍’ ବିଶ୍ବ ରେକର୍ଡ ସ୍କୋର୍ କରି ସ୍ବର୍ଣ୍ଣ ପଦକ ହାସଲ କରିଛି । ଭାରତୀୟ ଟିମର ବିଶ୍ବ ଚାମ୍ପିୟନ୍ ରୁଦ୍ରାଂଶ ବାଲାସାହିବ ପାଟିଲ୍, ଅଲିମ୍ପିକ୍ ଖେଳାଳି ଦିବ୍ୟାଂଶ ପାନ୍ୱାର୍ ଓ ଐଶ୍ବରୀ ପ୍ରତାପ ସିଂହ ତୋମାର୍ ‘କ୍ବାଲିଫିକେସନ୍ ରାଉଣ୍ଡ୍’ରେ ୧୮୯୩.୭ ପଏଣ୍ଟ୍ ସ୍କୋର୍ କରି ଚୀନ୍ ସ୍ଥାପନ କରିଥିବା ୧୮୯୩.୩ ସ୍କୋର୍ବିଶିଷ୍ଟ ବିଶ୍ବ ରେକର୍ଡ ଭଙ୍ଗ କରିଛ।

Advertisement