Saturday, August 22, 2026
ADVERTISEMENT
Home ଆଞ୍ଚଳିକ ରାଜ୍ୟରେଆସନ୍ତା ୩ରୁ ୫ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାହେବା ନେଇ ଆକଳନ...

ରାଜ୍ୟରେଆସନ୍ତା ୩ରୁ ୫ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାହେବା ନେଇ ଆକଳନ ହୋଇଛି।

129
ADVERTISEMENT

ଭୁବନେଶ୍ୱର,୦୨/୭(ଡି.ଏଚ ବ୍ୟୁରୋ):-ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଦୁର୍ବଳ ପ୍ରବାହ ଯୋଗୁଁ ବର୍ଷାର ମାତ୍ରା କମିଥିବା ବେଳେ ତାପମାତ୍ରା ସାମାନ୍ୟ ବଢ଼ିଛି। ଫଳରେ ଉପକୂଳ ଓଡ଼ିଶାରେ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି। ଅପରପକ୍ଷେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ଆସନ୍ତା ୩ରୁ ୫ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ ହୋଇଛି।

Advertisement