ବ୍ରହ୍ମପୁର ଦିଗପହଣ୍ଡି ଠାରେ ବସ ବସ ମଧ୍ୟରେ ଦୁର୍ଘଟଣା ୧୨ ମୃତ l

144
ADVERTISEMENT

ବ୍ରହ୍ମପୁର,୨୬/୬(ଇ ରଞ୍ଜନ):-ବ୍ରହ୍ମପୁର ଦିଗପହଣ୍ଡି ଠାରେ ବସ ବସ ମଧ୍ୟରେ ଦୁର୍ଘଟଣା ୧୨ ମୃତ, ଏକାଧିକ ଆହାତ l ବ୍ରହ୍ମପୁର ଗତକାଲି ବିଳମ୍ବିତ ରାତି ସମୟରେ ଘଟିଛି ମର୍ମନ୍ତୁଦ ବସ ଦୁର୍ଘଟଣା । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ମଳାଭଂଜା ଛକ ଠାରେ ଦୁଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୧0 ଜଣଙ୍କୁ ଦୃଘଟଣା ସ୍ଥଳ ରୁ ଆହାତ ଅବସ୍ଥା ରେ ଉଦ୍ଧାର କରି ଦିଗପହଣ୍ଡି ଏବଂ ବଡ଼ ମେଡିକାଲରେ ଚିକିତ୍ସାଧିନ ଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଏବଂ ୨ ଶିଶୁ ଥିବା ଜଣାପଡିଛି । ସୂଚନା ଅନୁସାରେ, ଗୁଡାରିଠାରୁ ଭୁବନେଶ୍ୱର ଯାଉଥିବା ଓଡି0୨ବିଭି୧୯୩୮ ନଂ ଓଏସ୍‌ଆର୍‌ଟିସି ବସଟି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅନ୍ତର୍ଗତ ଖେମୁଣ୍ଡି କଲେଜ ଛକଠାରେ ବିବାହ ଭୋଜି ସାରି ଫେରୁଥିବା ଏକ ଘରୋଇ ବସ୍‌ ଓଆର ୧0ଏ ୬୮୭୫ ନଂ ଗାଡି କୁ ଧକ୍କା ଦେବାରୁ ଏହି ଅଘଟଣ ଘଟିଥିବା ସୂଚନା ରହିଛି । ଯାହା ଫଳ ରେ ବସ୍ ଟି ପୋଲଟି ପଡିଥିଲା ତଳେ ଅନେକ ଯାତ୍ରୀ ଚାପି ହୋଇ ପ୍ରାଣ ହରାଇଛନ୍ତି l ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ଗାଡି ସହାୟତାରେ ଦୃଘଟଣା ସ୍ଥଳ ରୁ ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଛନ୍ତି । କିଛି ଜଣକ ଅବସ୍ଥା ସ୍ଥିର ଅବସ୍ଥା ରେ ରହିଥିବା ବେଳେ କିଛି ଯାତ୍ରୀ ସଙ୍କଟାପର୍ଣ୍ଣ ଭାବେ ରହିଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ନଥିବାରୁ ମେଡିକାଲ ରେ ଚିକିତ୍ସା ଜାରିରହିଛି ମେଡିକାଲ ରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟାତି ପରିଡା ବ୍ରହ୍ମପୁର ଏସପି ଶ୍ରାବଣ ବିବେକ ଏମ ପହଂଚି ଆହାତ ମାନଙ୍କୁ ଅସ୍ବସ୍ତି ଦେଇ ମୃତଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ଏବଂ ରାଜ୍ୟ ସରକାର ଙ୍କ ପାଣ୍ଠି ରୁ ଆହତମାନଙ୍କୁ ୩୦ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଇଥିବା ସୂଚନା ରହିଛି ଦିଗପହଣ୍ଡି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମେତ ବହୁ ବିରୋଧୀ ଦଳ ନେତା ମାନେ ଶୋକବ୍ୟକ୍ତ କରିଛନ୍ତି ମୃତବରଣ କରିଥିବା ଶୋକ ସନ୍ତପ୍ତ ପରିବାରଙ୍କୁ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି ।

Advertisement