ଭୁବନେଶ୍ୱର,୩୦/୫(ଡି.ଏଚ ବ୍ୟୁରୋ):-ଫୋନ୍-ପେ’ ଜରିଆରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଭୁବନେଶ୍ୱର ନୂଆପଲ୍ଲୀରେ ଥିବା ଟିପିସିଓଡିଲ୍ର ଟାଟା ପାୱାର ଅଧିକାରୀ ତରୁଣ ରଞ୍ଜନ ନାୟକ ଓ ସହଯୋଗୀ ଶୈଳଜା ମୁଦୁଲି। ଜାମିନ୍ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଏହାସହ ଭିଜିଲାନ୍ସ ତରୁଣଙ୍କ ମଞ୍ଚେଶ୍ବର ପାଣ୍ଡରାରେ ଥିବା ଘର ଓ କେନ୍ଦ୍ରାପଡ଼ାସ୍ଥିତ ପୈତୃକ ଘରେ ଚଢ଼ଉ କରି ଅଧିକ ଖୋଳତାଡ଼ ଜାରି କରିଛି ।

















