ଭୁବନେଶ୍ୱର,୦୮/୫(ଡି.ଏଚ ବ୍ୟୁରୋ):-ବାତ୍ୟା ଆଶଙ୍କା l ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ସକାଳ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ରରେ ସୃଷ୍ଟି ହେବ। ଏହା ଧୀରେଧୀରେ ଅଧିକ ଘନୀଭୂତ ହୋଇ ୯ ତାରିଖ ବେଳକୁ ଅବପାତର ରୂପ ନେବ । ଏବଂ ଏହା ଆହୁରି ଘନୀଭୂତ ହେବl ସହ ବାତ୍ୟା ରୂପ ନେଇ ଉତ୍ତର ଦିଗର ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଉପରେ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ।















