Thursday, October 15, 2026
ADVERTISEMENT
Home ଆଞ୍ଚଳିକ ବସ୍କିପଲ୍ଲୀ ବିଶ୍ଵଶାନ୍ତି ମହାଯଜ୍ଞ ଅବସରରେ କଳସ ଯାତ୍ରା l

ବସ୍କିପଲ୍ଲୀ ବିଶ୍ଵଶାନ୍ତି ମହାଯଜ୍ଞ ଅବସରରେ କଳସ ଯାତ୍ରା l

177
ADVERTISEMENT

ପୁରୁଷୋତ୍ତମପୁର,o୩/୫(ପ୍ରଭାକର ମହାରଣା):-ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୂତସରସିଙ୍ଗି ପଞ୍ଚାୟତର ବସ୍କିପଲ୍ଲୀ ଗ୍ରାମରେ ଶ୍ରୀ ଶ୍ରୀ ଝାମ୍ପୁରୀଦେବୀ ପୀଠରେ ଦ୍ବିତୀୟ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି। ଏହି ଅବସରରେ ଆଜି ପୂର୍ବାହ୍ନରେ ୧୦୮ମହିଳା ହଳଦିଆ ନୂତନ ବସ୍ତ୍ର ପରିଧାନ କରି ଗ୍ରାମ୍ୟ ପୋଖରୀରେ ପହଞ୍ଚି ଥିଲେ। ଆଚାର୍ଯ୍ୟ ସନ୍ତୋଷ କୁମାର ତ୍ରିପାଠୀ ,ବିଭୂତି ଭୂଷଣ ଦାସ, ପ୍ରଚାରକ ଇନ୍ଦ୍ରମଣି ତ୍ରିପାଠୀ , ପୂର୍ଣ୍ଣଚନ୍ଦ୍ର ଦାସ ପ୍ରମୁଖ ପୋଖରୀ ରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ମହିଳା ମାନେ ପୂର୍ଣ୍ଣ କଳସ ଧାରଣ କରିଢୋଲ ମୃଦଙ୍ଗ ସହ ବିରାଟଶୋଭାଯାତ୍ରାରେ ଗ୍ରାମ ପରିକ୍ରମଣକରି ଯଜ୍ଞ ସ୍ଥଳୀରେ ପହଞ୍ଚି ଥିଲେ ।

କଳସ ଯାତ୍ରାପରେ ମଣ୍ଡଳବିନ୍ୟାସ ,କର୍ମଆରମ୍ଭ, ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜନ , ଅଗ୍ନି ସଂସ୍କାର,ହବନ, ଆଳତି, ପୁଷ୍ପାଞ୍ଜଳି,କର୍ମାରମ୍ଭ , ସୂର୍ଯ୍ୟ ପୂଜା,ଶାଲାପୂଜନ, ମଣ୍ଡଳ ପୂଜନ, ଯଜ୍ଞାହୂତି ପୂର୍ଣ୍ଣାହୁତି କାର୍ଯ୍ୟ କ୍ରମ ରହିଛି । କର୍ତ୍ତା ଭାବେ ଶିକ୍ଷକ ପ୍ରତାପ ଚନ୍ଦ୍ର ପଣ୍ଡା ସପତ୍ନି ଙ୍କସହ ଉପସ୍ଥିତ ଥିଲେ । ଚବିଶି ପ୍ରହର ନାମ ଯଜ୍ଞ ସହ ଅନ୍ନ ପ୍ରସାଦ ଗ୍ରାମବାସୀ ତରଫରୁ ଆୟୋଜନ କରାଯାଇଥିବା ବେଳେ ପଞ୍ଚାୟତବାସି ସମସ୍ତ ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ରଥ, ନରସିଂହ ପଣ୍ଡା,ଏ ରାଜଗୋପାଳ ରାଓ, ରଘୁନାଥ ସାହୁ, ମନମୋହନ ତ୍ରିପାଠୀ,ଶିବରାମ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପରିଚାଳନା ସହଯୋଗ କରିଛନ୍ତି। ସନ୍ଧ୍ୟା ସମୟରେ ଭଜନ ସମାରୋହ ଦେଖିବାକୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।

Advertisement