ଭୁବନେଶ୍ୱର,୨୮/୪(ଡି.ଏଚ ବ୍ୟୁରୋ):-ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଥମ ଥର ବିଭାଗୀୟ ଅଧିକାରୀଙ୍କ ପାଇଁ ଇ-ଚାଲାଣ ଓ ଜରିମାନା ଆଦାୟ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏବଂ ଆସନ୍ତା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଏହି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ମୋଟର ଭେହିକିଲ୍ ନିୟମ ଉଲ୍ଲଂଘନ ପାଇଁ ଜରିମାନା ଆଦୟ କରିବାକୁ ମଧ୍ୟ ସମସ୍ତ ଆରଟିଓ, ଏମଭିଆଇ ଓ ଡିଏସଟିଙ୍କ ପାଇଁ ଏଭଳି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।


















