Thursday, October 15, 2026
ADVERTISEMENT
Home ଆଞ୍ଚଳିକ କୁକୁଡ଼ାଖଣ୍ତି ସାମ୍ବାଦିକ ସଂଘ ତରଫରୁ ବନ୍ଧୁ ମିଳନ l

କୁକୁଡ଼ାଖଣ୍ତି ସାମ୍ବାଦିକ ସଂଘ ତରଫରୁ ବନ୍ଧୁ ମିଳନ l

128
ADVERTISEMENT

କୁକୁଡ଼ାଖଣ୍ଡି,୨୭/୪(ଇ ରଞ୍ଜନ):-ବହୁ ଦିନର ପ୍ରତୀକ୍ଷା ପରେ କୁକୁଡ଼ାଖଣ୍ଡି ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ମାନକୁ ନେଇ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। ଆଗାମୀଦିନରେ ସାମ୍ବାଦିକ ସୁରକ୍ଷା ଅଧିକାର ସମ୍ବଳିତ ସମସ୍ୟା ସହ କିପରି ସବୁ ସାମ୍ବାଦିକ ଭାଇ ମାନେ ଏକତ୍ରିତ ହୋଇ ସାଧାରଣ ଲୋକଙ୍କର ସମସ୍ୟା ସମାଧାନ ପାଇଁ ସବୁ ସାମ୍ବାଦିକ ଏକ ହୋଇ ସହଯୋଗ ରେ ହାତ ବଡାଇବେ ସେ ନେଇ ଏକ ବନ୍ଧୁ ମିଳନ ବୈଠକ ବୁଡିଘରା ନିକଟସ୍ଥ ବାଉଁସିଆପଲ୍ଲୀ ସ୍ଥିତ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ସମସ୍ତଙ୍କ ସହଯୋଗ କ୍ରମେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଘର ସଭାପତିଙ୍କ ପି.କେ ମୂର୍ତ୍ତି ଏବଂ ଭଗବାନ ପାତ୍ରଙ୍କ ସହଯୋଗରେ ଏହି ସଭା ହୋଇଥିଲା। ଏହି ଅବସରରେ ଉପସଭାପତି ଭାବେ ହିମାଂଶୁ ପାଢ଼ୀ,ସମ୍ପାଦକ ଅମୀର କୁମାର ଦଳାଇ,ମନନ୍ନିତ କରାଯାଇଛି l ଏହା ସହ ଯୁଗ୍ମ ସମ୍ପାଦକ ଭାବରେ ଈଶ୍ୱର ସେଠୀ ,କୋଷାଧ୍ୟକ୍ଷ ଭାବରେ ସିଏଚ.ମନୋଜ କୁମାର ପାତ୍ର, ଭଗବାନ ପାତ୍ର, ରଞ୍ଜନ,ଉଷାକାନ୍ତ ପାତ୍ର, ପ୍ରତାପ କୁମାର ସାହୁ, ନାଗେଶ ପାତ୍ର , ଇ.ରଞ୍ଜନ ପ୍ରମୁଖ ଉପସ୍ଥିତ ରହି ଏହି ବନ୍ଧୁ ମିଳନ ଉତ୍ସବରେ ଯୋଗଦେଇଥିଲେ।

Advertisement