Thursday, October 15, 2026
ADVERTISEMENT
Home ଆଞ୍ଚଳିକ ପୁରୁଷୋତ୍ତମପୁରରେ ଗ୍ରାମକଣ୍ଠପରମ୍ବୋକ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ l

ପୁରୁଷୋତ୍ତମପୁରରେ ଗ୍ରାମକଣ୍ଠପରମ୍ବୋକ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ l

154
ADVERTISEMENT

ପୁରୁଷୋତ୍ତମପୁର,୧୨/୪(ପ୍ରଭାକର ମହାରଣା):-ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟ ପରିସରରେ ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ସୋମବାର ଗ୍ରାମକଣ୍ଠ ପରମ୍ବୋକ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଆସ୍କା ସାଂସଦ ପ୍ରର୍ମିଳା ବିଷୋୟୀ, ସମ୍ମାନିତ ଅତିଥି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବ୍ଲକ୍ ଅଧ୍ୟକ୍ଷା ପିଙ୍କି ବେହେରା, ଏନ୍ ଏ ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ପ୍ରମୁଖ ଉପସ୍ଥିତ ରହି ପଟ୍ଟା ବଣ୍ଟନ କରିଥିଲେ। ଏହି ତହସିଲ ଅନ୍ତର୍ଗତ ୧୧ଗୋଟି ରାଜସ୍ୱ ସର୍କଲ ର ୨୭୫୩ଜଣ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରାଯାଇଥିବା ତହସିଲଦାର ସନ୍ତୋଷ କୁମାର ସାହୁ ସୂଚନା ଦେଇଛନ୍ତି।ଅନ୍ୟ ମାନଙ୍କମଧ୍ୟରେ ପୁରୁଷୋତ୍ତମପୁର ବ୍ଲକର ସମସ୍ତ ପଞ୍ଚାୟତ ପ୍ରତିନିଧି ଓ ଏନ୍ ଏ ଏସି କାଉନସିଲର ବୃନ୍ଦ ଉପସ୍ଥିତ ଥିଲେ। ତହସିଲ କାର୍ଯ୍ୟାଳୟ କର୍ମଚାରୀ ପ୍ରଦୀପ କୁମାରବେହେରା,ଭି.ଶ୍ରୀନୀବାସ,ସାଗରିକା ପାତ୍ର,ଶୁଶାନ୍ତ କୁମାର ସାହୁ,୧୧ଗୋଟି ରାଜସ୍ୱ ସର୍କଲ ର ଆର୍ ଆଇ, ସମସ୍ତ ରାଜସ୍ୱ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ପରିଶେଷରେ ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁ ଧନ୍ୟବାଦ ଅର୍ପଣ କରିଥିଲେ।

Advertisement