Thursday, October 15, 2026
ADVERTISEMENT
Home ଆଞ୍ଚଳିକ କୁକୁଡାଖଣ୍ଡିରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ l

କୁକୁଡାଖଣ୍ଡିରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ l

126
ADVERTISEMENT

କୁକୁଡାଖଣ୍ଡି,୦୭/୪(ଇ ରଞ୍ଜନ):-ଗଞ୍ଜାମ ଜିଲ୍ଲା କଂଗେସ ପକ୍ଷରୁ କୁକୁଡାଖଣ୍ଡି ଜଳ ସେଚନ ଡାକବଙ୍ଗଳା ଠାରେ ଗଞ୍ଜାମ କଂଗ୍ରେସ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଟ କଂଗ୍ରେସ ନେତା ତଥା ଅବସରପ୍ରାପ୍ତ ରାଜ୍ୟ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ lଗଞ୍ଜାମ ଜିଲ୍ଲା ବର୍ତ୍ତମାନ ଦାଦନ ପ୍ରଭଳ ଜିଲ୍ଲା ଭାବେ ପରିଚୟ ସୃଷ୍ଟି ହୋଇଛି ଏଠାରେ ବହୁଳ ଭାବେ ଶିକ୍ଷିତ ବେକାର ସମେତ ବହୁ ଲୋକ ନିଯୁକ୍ତି କିମ୍ବା ଶ୍ରମକାର୍ଯ୍ୟ ନପାଇ ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯାଇଛନ୍ତି ଯାହାର ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ ଗୋପାଳପୁରରେ ବହୁ ଜମି ଲୋକଙ୍କୁ ଠାରୁ ଜମି ଅଧିଗ୍ରହଣ କରାଯାଇଛି କିନ୍ତୁ ସେହି ଜମି ଗୁଡିକ ଅନାଆବଶ୍ୟକ ରେ ପଡିଆ ପଡିଛି l ସେଠାରେ ରାଜ୍ୟ ସରକାର ଏକ ଟେକ୍ସଟାଇଲ ପାର୍କ ନିର୍ମାଣ କରନ୍ତୁ ବୋଲି ପ୍ରସ୍ତାବ ଦେଇଛନ୍ତି l ଜାପାନ ଭଳି ବିଭିନ୍ନ ବିଦେଶ ବ୍ରହ୍ମଣ କରି ପୁଞ୍ଜି ଆଣନ୍ତୁ ମନା ନାହିଁ କିନ୍ତୁ ଗଞ୍ଜାମ ରେ ଥିବା ବିଭିନ୍ନ ଶିଳ୍ପ ଗୁଡିକ ରୁଗୁଣ ଅବସ୍ଥା ରେ ରହିଛି ସେଗୁଡିକର ଅବସ୍ଥା ସୁଧାରନ୍ତୁ.l ମେକଇନ ଓଡିଶାରେ ଥିବା ଶିଳ୍ପର ପୁନଃରୁଦ୍ଧାର କରନ୍ତୁ l ବିଦେଶୀ ପୁଞ୍ଜିରେ ଯେଭଳି ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲା ୧ ନଂରେ ପରିଣତ କରିବାକୁ ଶ୍ରୀ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅନୁରୋଧ ଜଣାଇଛନ୍ତି l ଗଞ୍ଜାମରେ ଏକ ଅଟୋ ମୋବାଇଲ ହବ ସ୍ଥାପନ କଲେ ଜିଲ୍ଲାର ବହୁ ବେକାର ଯୁବକ ଯୁବତୀ ଚାକିରୀ ପାଇପାରିବେ l ରାଜ୍ୟର ପ୍ରଶାସନ କଳକୁ ଅପବ୍ୟବହାର କରି ଦଳିଅ ସଂଘଟନ ରେ ବ୍ୟବହାର କଲେ କର୍ମଚାରୀ ଙ୍କ ମର୍ଯ୍ୟାଦା କ୍ଷୁର୍ଣ ହେଉଛି ଲୋକଙ୍କୁ ସଠିକ ସେବା ମିଳୁନାହିଁ ଯାହାଫଳରେ ଆଗାମୀ ଦିନରେ କଂଗ୍ରେସ ଏହାର ତୀବ୍ର ବିରୋଧ ପ୍ରଦର୍ଶନ କରିବ l ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପୁନଃନିଯୁକ୍ତି ନଦିଅନ୍ତୁ l ସେହିପରି ସରକାରୀ ଆଇନ ର ଅବମାନନା ହେଉଛି lପୋଲିସ କୁ ହାତ ରେ କରି ବିରୋଧ ଗୋଷ୍ଠୀ କୁ ବିଭିନ୍ନ ମିଛ କେସ ରେ ଫସେଇବା ରେ ନିବୃତ ରୁହନ୍ତୁ ଏହିପରି ୫ ଟି କଣ ଏହା କଣ ଏଭଳି ବିଭିନ୍ନ ଅଭିଯୋଗ ସହ ସରକାରଙ୍କୁ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି lଉକ୍ତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ପରିଶେଷରେ କୁକୁଡାଖଣ୍ଡି ଏବଂଦିଗପହଣ୍ଡି ବ୍ଲକର ଶତାଧିକ ବିଜେଡି ଓ ବଜେପି କର୍ମୀ କଂଗ୍ରେସରେ ସାମିଲ ହୋଇଥିଲେ l ଏଥିରେ ଦିଗପହଣ୍ଡି ର କଂଗ୍ରେସ ବିଧାୟକ ପାର୍ଥି ସାକା.ସୁଜିତ,କଂଗ୍ରେସ ର ଯୁବ ନେତା ସାରଦା ପ୍ରସହ୍ନ ସ୍ୱାଇଁ,ବ୍ଲକ କଂଗ୍ରେସ ସଭାପତି ଶିବ ପ୍ରସାଦ ଦୋରା ସମେତ ଉପସ୍ଥିତ ଥିଲେ l

Advertisement