ଦୁଷ୍କର୍ମ ପରେ ହତ୍ୟା, ମୃତଦେହକୁ ଦୁଇ ଖଣ୍ଡ କରି ଲୁଚାଇ ଦେଲା ବାପା

238
ADVERTISEMENT

ଉତ୍ତରପ୍ରଦେଶ,୧୮/୮(ଏଜେନସି) : ଉତ୍ତରପ୍ରଦେଶର ଗୋରଖପୁରରେ ଘଟିଥିବା ଘଟଣା,ବାପ-ଝିଅର ସଂପର୍କରେ କଳଙ୍କ ଲଗାଇ ଦେଇଛି । ନିଜ ୧୯ବର୍ଷୀୟ ଝିଅ ସହ ଦୁଷ୍କର୍ମ କରିବା ପରେ ହତ୍ୟା କରିବା ସହ ମୃତଦେହ ଲୁଚାଇଦେବା ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଘଟଣାର ଖବର ପାଇ ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରିବା ସହ ପୀଡ଼ିତାଙ୍କ ମୃତଦେହ ମଧ୍ୟ ଜବତ କରିଛି । ପୁଲିସ ଦେଇଥିବା ସୂଚନା ମୁତାବକ, ଅଭିଯୁକ୍ତ ଜୟ ପ୍ରକାଶ ଗୁପ୍ତା ଜୁଲାଇ ୨୬-୨୭ ମଧ୍ୟରେ ଦୁଷ୍କର୍ମ କରି ଝିଅକୁ ହତ୍ୟା କରିବା ସହ ମୃତଦେହକୁ ଦୁଇ ଖଣ୍ଡ କରି ଦେଇଥିଲେ । ଶରୀରର ଉପର ଭାଗକୁ କାଟି ଚାଷ ଜମିରେ ଫିଙ୍ଗି ଦେବା ସହ ତଳ ଭାଗ ଏକ ନାଳିରେ ଫିଙ୍ଗିଥିଲେ ଜୟ ପ୍ରକାଶ । ସଂପର୍କୀୟମାନେ ପ୍ରଶ୍ନ କରିବା ପରେ ଜୟ ସେମାନଙ୍କୁ ବିଭିନ୍ନ ପ୍ରକାରର ମିଛ କହି କଥା ବୁଲାଇ ଦେଉଥିଲେ । କିନ୍ତୁ ୨୦ଦିନ ପରେ ସଂପର୍କୀୟଙ୍କୁ ସନ୍ଦେହ ହେବା ପରେ ସେମାନେ ଏ ନେଇ ପୁଲିସକୁ ସୂଚନା ଦେଇଥିଲେ ।

Advertisement