ସେପ୍ଟେମ୍ବର ୭ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିବ ଚନ୍ଦ୍ରଯାନ-୨

535
ADVERTISEMENT

ନୂଆଦିଲ୍ଲୀ,୧୮/୮(ଏଜେନସି) : ସେପ୍ଟେମ୍ବର ୭ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଚନ୍ଦ୍ରଯାନ-୨ ଅବତରଣ କରିବାକୁ ଯାଉଛି ବୋଲି ଶନିବାର ଦିନ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) କହିଛି। ଇସ୍ରୋର ଆନୁଷ୍ଠାନିକ ଟୁଇଟର୍‌ ହ୍ୟାଣ୍ଡଲ୍‌ ପୋଷ୍ଟ୍‌ କରିଛି: ହେଲୋ! ସ୍ୱତନ୍ତ୍ର ସଦ୍ୟତମ ଖବର ସହ ମୁଁ ଚନ୍ଦ୍ରଯାନ-୨। ପୃଥିବୀରେ ଥିବା ସମସ୍ତଙ୍କୁ ମୁଁ ଜଣାଇ ଦେବାକୁ ଚାହେଁ ଯେ ଏପର୍ଯ୍ୟନ୍ତ ଏ ଯାତ୍ରା ମୋ ପାଇଁ ବଡ଼ ବିଚିତ୍ର ଆଉ ସେପ୍ଟେମ୍ବର ୭ ତାରିଖ ଦିନ ମୁଁ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଓହ୍ଲାଇବାକୁ ଯାଉଛି। ମୁଁ କେଉଁଠି ଏବଂ କ’ଣ କରୁଛି ଜାଣିବାକୁ ସଜାଗ ରୁହ। କୌଣସି ଅଭିଯାନ କେବେ ପାଦ ଥାପି ନ ଥିବା ଚନ୍ଦ୍ରର ଅଞ୍ଚଳରେ ଚନ୍ଦ୍ରଯାନ-୨ ଅନେ୍ଵଷଣ କରିବ। ଗୋଟାଏ ଅର୍ବିଟର୍‌, ଗୋଟାଏ ଲ୍ୟାଣ୍ଡର୍‌ ଏବଂ ଗୋଟାଏ ରୋଭର୍‌କୁ ମିଶାଇ ଏହି ମହାକାଶ ଯାନ ଗଠିତ। ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରାଇବାକୁ ଏହା ହେଉଛି ଭାରତର ପ୍ରଥମ ଉଦ୍ୟମ। ଏହା ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍‌ ଏବଂ ଚୀନ୍‌ ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରାଇସାରିଛନ୍ତି।

Advertisement