ନୂଆଦିଲ୍ଲୀ,୧୭/୮(ଏଜେନସି) : ଓଡ଼ିଶାର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।ଚଳିତ ବର୍ଷ ପ୍ରମୋଦ ଭଗତ କ୍ରମାନ୍ଵୟରେ ୫ଟି ଅନ୍ତର୍ଜାତୀୟ ଟାଇଟେଲ ହାସଲ କରିଛନ୍ତି । କାନାଡାରେ ସେ ରୋପ୍ୟପଦକ ପାଇଥିଲେ । ତାଙ୍କ ବ୍ୟତୀତ କ୍ରିକେଟିୟର ରବୀନ୍ଦ୍ର ଜାଦେଜା, ପୁନମ ଯାଦବ, ଟ୍ରାକ ଏଣ୍ଡ ଫିଲଡ ଷ୍ଟାର ତେଜିନ୍ଦର ପାଲ ସିଂ ତୋମର,ମହମ୍ମଦ ଆନାସ, ସ୍ୱପ୍ନା ବର୍ମନ, ଫୁଟବଲ ଖେଳାଳି ଗୁରୁପ୍ରିତ ସିଂ ସାନ୍ଧୁ,ହକି ଖେଳାଳୀ ଚିଙ୍ଗଲେନସାନା ସିଂ କାଙ୍ଗୁଜମ, ସୁଟର ଅଂଜୁମ ମୁଡଗୀତଙ୍କ ସମେତ ମୋଟ ୨୦ ଜଣ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । କୀଡ୍ରା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ପୁରସ୍କାର ଦିଆଯାଇଥାଏ ।




















