ପଶ୍ଚିମବଙ୍ଗ,୨୮/୭(ଡି.ଏଚ୍ ବ୍ୟୁରୋ):-ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଇଡିର ଚଢାଉ ବେଳେ ମିଳୁଛି ପୁଳାପୁଳା ଟଙ୍କା । ୩ ଦିନ ପୂର୍ବରୁ ଅର୍ପିତାଙ୍କ ଘରୁ ୨୧ କୋଟି ନଗଦ ଟଙ୍କା ଜବତ ହୋଇଥିବା ବେଳେ ପୁଣି ଚଢାଉ କରି ୨୮.୯୦ କୋଟି ନଗଦ ଟଙ୍କା ସହ ୫ କେଜି ସୁନା ମଧ୍ୟ ଜବତ କରିଛି ଇଡି ।















