ବିଏମସି ଗୋଶାଳାର କାର୍ଯ୍ୟ ଆରମ୍ଭରୁ ପିଲର ବେଣ୍ଡ ଅଭିଯୋଗ l

120
ADVERTISEMENT

କୁକୁଡାଖଣ୍ଡି,୨୪/୭(ଇ ରଞ୍ଜନ):- କୁକୁଡାଖଣ୍ଡି ବ୍ଲକ ଅଧିନ ହୁଗୁଳାପଟ୍ଟା ଠାରେ ବିଏମସିର ଲକ୍ଷାଧିକ ଟଙ୍କାର ଗୋଶାଳା ନିର୍ମାଣ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟ ଆରମ୍ଭରୁ ନିର୍ମାଣାଧିନ ପିଲର ଗୁଡାକ ବେଣ୍ଡ ଅବସ୍ଥାରେ ରହିଥିବା ଦେଖାଦେଇଛି l ଯାହା ଫଳରେ କି ବିଏମସି ବ୍ରହ୍ମପୁରରେ ବୁଲା ଗାଇଗୋରୁ ମାନଙ୍କୁ ଥଇଥାନ ନିମନ୍ତେ ଲକ୍ଷ ରଖି କାର୍ଯ୍ୟ କରୁଥିବା ବେଳେ କାର୍ଯ୍ୟକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଥିବା ଦେଖାଦେଇଛି l ଗାଇଗୋରୁ ମାନଙ୍କ ଥଇଥାନ ବିକାଶ ନଜର ରଖି ବିନାଶ କାର୍ଯ୍ୟ ଯେଭଳି କତୃପକ୍ଷ ନକରନ୍ତୁ ବୋଲି ଜନସାଧାରଣଙ୍କ ଚିନ୍ତାଧାରା ରହିଛି l ଗାଇ ମାନଙ୍କ ବିପଦ ସମ୍ମୁଖୀନ ହେବା ପୂର୍ବରୁ ପ୍ରଶାସନ ଅଧିକାରୀ ମାନଙ୍କ ଦୃଷ୍ଟିଦେବା ପାଇଁ ଅଞ୍ଚଳବାସି ସାଧାରଣରେ ଦାବି କରିଛନ୍ତି l ଏଥି ବ୍ୟତୀତ ସେଠାରେ ବିଏମସିର ଗୋଶାଳା ନିର୍ମାଣ ତଳସ୍ତରରୁ କାର୍ଯ୍ୟ ଦ୍ରୁବଳ ହୋଇଥିବା ଜଣାପଡୁଛି କାର୍ଯ୍ୟରତ ଯନ୍ତ୍ରୀ ମାନଙ୍କ ଅନୁପସ୍ଥିତ ରହୁଥିବାରୁ ପିଲର ଗୁଡିକ ବେଣ୍ଡ ରହୁଥିବା ଜଣାପଡିଛି l ଏବଂ ସେଥିରେ ଯେଉଁ ସିମେଣ୍ଟ ଏବଂ ଲୁହାଛଡ଼ ବ୍ୟବହାର କରିଛନ୍ତି ତାହା ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ରହିଛି କି ନାହିଁ ତାହା ଉପରେ ସନ୍ଧେହ ସୃଷ୍ଟି ହେଉଛି l ସେଠାରେ ଯେଉଁ ସିମେଣ୍ଟ ଥଲୀ ପଡିଛି ତାହା ସରକାରୀ ସ୍ୱୀକୃତି ନଥିବା ଜଣାପଡିଛି l ତେଣୁ ଉଚ୍ଚ ପ୍ରଶାସନିକ ଅଧିକାରୀ ମାନଙ୍କ ଦୃଷ୍ଟି ପଡିବା ଆବଶ୍ୟକତା ରହିଛି l

Advertisement