କୋଦଳା ସେବା ସମବାୟ ନିର୍ବାଚନ ସମିତିରେ ସଭାପତି ହେଲେ ସୁଦାମ ମହାନ୍ତି,ଓ ଉପସଭାପତି ହେଲେ କୁନି ପାଢ଼ୀ l

108
ADVERTISEMENT

କୋଦଳା,୧୫/୭(ସୂର୍ଯ୍ୟ ନାରାୟଣ ବଡୁ):-ଗଞ୍ଜାମ ଜିଲ୍ଲା କୋଦଳା ସେବା ସମବାୟ ସମିତି ନିର୍ବାଚନରେ ସଭାପତି ଓ ଉପ ସଭାପତି ପଦ ଅପ୍ରତିଦ୍ବନ୍ଦି ହୋଇଥିବା ଜଣାପଡ଼ିଛି । ସମବାୟ ସମିତିର ସଭାପତି ଭାବରେ ଏକ ମାତ୍ର ପାର୍ଥି ଭାବରେ ସୁଦାମ ମହାନ୍ତି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅନ୍ୟ କେହି ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ନିର୍ବାଚନ ଅଧିକାରୀ ଜୟନ୍ତ କୁମାର ସିଂହ ସୁଦାମକୁ ବିଜୟ ଘୋଷଣା କରିଥିବା ବେଳେ ଗୁରୁବାର ଉପ ସଭାପତି ଭାବରେ କୁନି ପାଢ଼ୀ ପାର୍ଥି ପତ୍ର ଦାଖଲ କରି ନିର୍ଦ୍ୱନ୍ଦ୍ୱ ନିର୍ବାଚିତ ହୋଇଥିଲେ । ସମ୍ପାଦକ ଅରୁଣ କୁମାର ସାହୁ ସମେତ ସମସ୍ତ ୧୩ ଅପ୍ରତିଦ୍ବନ୍ଦି ଡାଇରେକ୍ଟର ମଧ୍ୟ ଉପସ୍ଥିତ ଥିଲେ। ଏ ସମସ୍ତ ପ୍ରାର୍ଥୀ ବିଜେଡି ବିଧାୟିକା ଲତିକା ପ୍ରଧାନଙ୍କ ସମର୍ଥିତ ପ୍ରାର୍ଥୀ ହୋଇଥିବାରୁ ସଭାପତି ସୁଦାମ ମହାନ୍ତି, ଉପସଭାପତି କୁନି ପାଢ଼ୀ ବିଧାୟିକାଙ୍କୁ କୃତଜ୍ଞତା ଜଣାଇଛନ୍ତି !ସମସ୍ତ ଚାଷୀଭାଇଙ୍କ ସହଯୋଗରେ ନିର୍ଦ୍ଵନ୍ଦରେ ବିଜୟୀ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ କୃଷକ ମାନଙ୍କୁ କୃଷି ଋଣ ଯୋଗାଇବା ସହିତ ମଣ୍ଡିରେ ଧାନ ଉଠାଇ ଚାଷୀ ମାନଙ୍କ ନିକଟତର ହୋଇପାରିବେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ନବ ନିର୍ବାଚିତ ସଭାପତି ସୁଦାମ ମହାନ୍ତି ପ୍ରକାଶ କରିଛନ୍ତି !

Advertisement