କୋଦଳା,୧୪/୭(ସୂର୍ଯ୍ୟ ନାରାୟଣ ବଡୁ):-କୋଦଳା ଚିଙ୍ଗୁଡ଼ିଖୋଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ଶତପଥୀ ଅବସର ଗ୍ରହଣ କରିଥିବାରୁ ତାଙ୍କୁ ବିଦ୍ୟାଳୟ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି !ସେ ୧୧/୭/୧୯୮୮ ରୁ ଶିକ୍ଷକ ଭାବେ ନିଯୁକ୍ତି ପାଇ ୩୦/୬/୨୦୨୨ ରେ ଅବସର ଗ୍ରହଣ କରିଥିଲେ !
ଆଜି ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭିକାରି ଚରଣ ରାଉତ ଙ୍କ ସଭାପତିତ୍ୱ ତଥା ନବ ନିଯୁକ୍ତ ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ଦାଶଙ୍କ ପରିଚାଳନାରେ ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି,ଅଭିଭାବକ, ପଂଚାୟତ ପ୍ରତିନିଧିଙ୍କ ଉପସ୍ଥିତିରେ ଏକ ବର୍ଣାଢ୍ୟ ପରିବେଶରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ! ଏଥିରେ ମୁଖ୍ୟ ଅତିଥି ଭାବେ ମର୍ଦ୍ଦକୋଟ ହରିହର ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ଦେବରାଜ ସାହୁ ଯୋଗଦେଇ ଶତପଥୀ ମାଷ୍ଟ୍ରଙ୍କ ଗୁରୁତ୍ୱପୂର୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ !ପଣ୍ଡିତ ଶ୍ରୀ ଉପେନ୍ଦ୍ର ଚନ୍ଦ୍ର ଦାଶ ବେଦପାଠ କରିବା ସହିତ ଗୁରୁପୂର୍ଣ୍ଣିମାର ମହତ୍ୱ ପ୍ରତିପାଦନ କରିଥିଲେ ! ଶେଷରେ ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ଉପଢୌକନ ଦେଇ ବିଦାୟ କାଳିନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ !



















