ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ l

106
ADVERTISEMENT

କୋଦଳା,୧୪/୭(ସୂର୍ଯ୍ୟ ନାରାୟଣ ବଡୁ):-ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାଜ୍ୟ ବାପୀ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବେଗୁନିଆପଡା ବ୍ଲକ ଠାରେ ବୁଧବାର ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ! ଏଥିରେ କବିସୂର୍ଯ୍ୟନଗର ବିଧାୟିକା ତଥା ରାଜ୍ୟ ମହିଳା ଉପଦେଷ୍ଟା ଶ୍ରୀମତୀ ଲତିକା ପ୍ରଧାନ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଏବଂ ଏଥିରେ ଗଞ୍ଜାମ ଜିଲ୍ଲା ଛାତ୍ର ବିଜେଡି ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା ଏବଂ ବ୍ଲକ ଛାତ୍ର ବିଜେଡି ସଭାପତି ଟିପୁ ପଣ୍ଡାଙ୍କ ସମେତ ବ୍ଲକ ଅଧ୍ୟକ୍ଷ୍ୟ ରେଣୁ ଗୌଡ଼, ଜିଲ୍ଲାପରିଷଦ ସଦସ୍ୟା ମଧୁମିତା ସାହୁ, ବହୁ ସଂଗ୍ରାମୀ ଛାତ୍ର ନେତା ଏବଂ ସ୍ଥାନୀୟ ନେତୃମଣ୍ଡଳୀ ଯୋଗଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ! ଏଥିରେ ୧୦୧ୟୁନିଟ ରକ୍ତ ସଂଗ୍ରହ କରାଯାଇଛି.! ଏବଂ ତାହା ସହିତ ଜନତା ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷ୍ୟ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା !

Advertisement