କୁକୁଡାଖଣ୍ଡି,୧୨/୭(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ମସିହାଖାଲି ସେବା ସମବାୟ ସମିତି ସଭାପତି ଭାବେ ସୁରେଶ ସେଠି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି l ଚଳିତ ବର୍ଷ ସମବାୟ ବିଭାଗରେ ସଭାପତି ପାଇଁ ନିର୍ବାଚନ ହୋଇଥିବା ବେଳେ ସୁରେଶ ସେଠୀ ଜଣେ ମାତ୍ର ମସିହାଖାଲି ସେବା ସମବାୟ ସମିତି ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଥିଲେ ସେଥିରେ ସେ ନିର୍ବାଚିତ ହୋଇଛନ୍ତି l ଶ୍ରୀ ସୁରେଶ ସେଠୀଙ୍କୁ ବ୍ଲକ ଅଦକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଦକ୍ଷା ବିଷ୍ଣୁପ୍ରିୟା ପାତ୍ର,ଦିଗପହଣ୍ଡି ବିଧାୟକ କୁକୁଡାଖଣ୍ଡି ପ୍ରତିନିଧି ଉଦୟ ବେହେରା, ଜିଲ୍ଲାପରିଷଦ ଭାରତୀ ନାୟକ,କେ ମଣିବାବୁ, ସୁରେଶ ସାହୁ, କାଁହୁ ଚରଣ ପାତ୍ର, ବିଦ୍ୟାଧର ଜେନା,ପ୍ରମୁଖ ଯୋଗଦେଇ ସୁରେଶଙ୍କୁ ଉପଢ଼ୌକନ ଦେଇ ଉତ୍ସାହିତ କରିଥିଲେ l

















