କୁକୁଡାଖଣ୍ଡି,୦୯/୭(ଇ ରଞ୍ଜନ):-କୁକୁଡାଖଣ୍ଡି ଇନ୍ଦିରା ଆବାସରେ ପାନୀୟ ଜଳ ସଙ୍କଟ ଲୋକେ ହନ୍ତସନ୍ତ l କୁକୁଡାଖଣ୍ଡି ପଞ୍ଚାୟତ ଇନ୍ଦିରା ଆବାସରେ ଦୀର୍ଘଦିନ ଧରି ପାନୀୟ ଜଳ ମିଳୁନଥିବା ଅଭିଯୋଗ ହୋଇଛି l ସ୍ଥାନୀୟ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ପୂର୍ବରୁ ପ୍ରତି ପଞ୍ଚାୟତରେ ପାନୀୟ ଜଳ ଦୂରୀକରଣ କରିବା ପାଇଁ ନିର୍ଦେଶ ଦେଇଥିବା ବେଳେ କୁକୁଡାଖଣ୍ଡି ରେ ବସୁଧା ଯୋଜନା ରେ ପାନୀୟଜଳ ଇନ୍ଦିରା ଆବାସ କୁ ମିଳୁନଥିବା ଅଭିଯୋଗ କରିଛନ୍ତି l ପୂର୍ବରୁ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ଅଭିଯୋଗ କରିବା ସହ ତାଙ୍କ ସହ ଜଳବୁନ୍ଦେ ପାଇଁ ବଚସା ସୃଷ୍ଟି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜଳ କଷ୍ଟ ଦୂରୀକରଣ କରିନଥିବା କହିଛନ୍ତି l ଅଭିଯୋଗ ପରେ ୮ ପରିବାର ଙ୍କୁ ଗୋଟେ ପାଇପ ବିଛାଇଥିବା ବେଳେ ଏଥିରେ ଯେଉଁ ପାଣି ଆସୁଛି ସେଥିରେ ୨ ଟି ବାଲଟି ମଧ୍ୟ ପାଣି ଆସୁନାହିଁ l ସେଥିରେ ପାଣି ନେବା ପାଇଁ ପଡସି ଙ୍କ ମଧ୍ୟରେ ପାଣି ନେବା ପାଇଁ ଦୈନିକ ବଚସା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି l ନୂତନ ନିର୍ବାଚିତ ଜନପ୍ରତିନିଧି ଙ୍କୁ ଏହି ବିଷୟ ରେ ଅବଗତ କଲେ ମଧ୍ୟ ହଁ ହଁ ମାରି ଚାଲିଯାଉଥିବା କହିଛନ୍ତି l ତେଣୁ ପାଣି ସମସ୍ୟା କେବେ ପୂର୍ଣ୍ଣ ହେବ ତାହାକୁ ଅଞ୍ଚଳ ବାସି ଅପେକ୍ଷା କରିଛନ୍ତି l ନଚେତ ଆଗାମୀ ଦିନ ରେ ଏହା ଉଗ୍ର ରୂପରେ ପରିଣତ କରିବା ପାଇଁ ଅଞ୍ଚଳ ବାସି ଚେତାଇଛନ୍ତି l

















