ସମାଜସେବୀ ଉଦୟ କୁମାର ବେହେରାଙ୍କୁ ବିଧାୟକ ପ୍ରତିନିଧି ନିଯୁକ୍ତ l

122
ADVERTISEMENT

କୁକୁଡାଖଣ୍ଡି,୦୮/୭(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକର ଦିଗପହଣ୍ଡି ବିଧାୟକଙ୍କ ପ୍ରତିନିଧି ଭାବେ ସମାଜସେବୀ ଉଦୟ କୁମାର ବେହେରାଙ୍କୁ ନିଯୁକ୍ତ କରିଛନ୍ତି l ଏନେଇ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଚିଠି ମାଧ୍ୟମରେ କୁକୁଡାଖଣ୍ଡି ବିଡ଼ିଓ ଙ୍କୁ ଅବଗତ କରାଇଛନ୍ତି l ଗତ ପଞ୍ଚାୟତ ନିର୍ବାଚନରେ ସେ ଏକ ପ୍ରମୁଖ ଭୂମିକା ନିର୍ବାହ କରି ବିଜେଡିର ପାର୍ଥିଙ୍କୁ ବିଜୟୀ କରିବାରେ ସହଯୋଗ କରିଥିଲେ l କିଛି ବିରୋଧୀ ଦଳର ବିଜୟୀ ପାର୍ଥିଙ୍କୁ ମଧ୍ୟ ସରକାରଙ୍କ ସହ ରଖି ଉନ୍ନୟନ ମୂଳକ କାର୍ଯ୍ୟ କରିବାରେ ସହାୟକ ହୋଇଥିଲେ lଏନେଇ ବିଭିନ୍ନ ସଂଗଠନ, ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର ଓ ଦଳୀୟ କର୍ମୀ ମାନେ ତାଙ୍କୁ ସ୍ୱାଗତ ଜଣାଇଛନ୍ତି l

Advertisement