ହିମାଚଳପ୍ରଦେଶ,୦୫/୬ (ଡି.ଏଚ ବ୍ୟୁରୋ):-ହିମାଚଳପ୍ରଦେଶର କୁଲ୍ଲୁରେ ଗଭୀର ଖାଇଭିତରକୁ ଖସି ପଡ଼ିଲା ବସ୍ । ବସ୍ ଟି ୪୫ ଜଣ ଯାତ୍ରୀକୁ ନେଇ ଶେନଶେରରୁ- ସେଂଜ ଉପତ୍ୟକା ଅଭିମୁଖେ ଯାଉଥିବା ବେଳେ ଜଙ୍ଗଲା ଗ୍ରାମ ନିକଟରେ ୨୦୦ ଫୁଟ୍ ଗଭୀର ଖାଇକୁ ଖସି ପଡ଼ିଥିଲା। ଏବଂ ଘଟଣାସ୍ଥଳରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ଅନେକ ସ୍କୁଲ୍ ଛାତ୍ରଥିବା ସୂଚନା ।
















