Tuesday, November 10, 2026
ADVERTISEMENT
Home ଆଞ୍ଚଳିକ ଅର୍ଦ୍ଧଦଗ୍ଧ ପରିବାରର ଆରୋଗ୍ୟ କାମନା କଲେ ଗ୍ରାମବାସୀ l

ଅର୍ଦ୍ଧଦଗ୍ଧ ପରିବାରର ଆରୋଗ୍ୟ କାମନା କଲେ ଗ୍ରାମବାସୀ l

122
ADVERTISEMENT

କୋଦଳା,୧୯/୬(ସୂର୍ଯ୍ୟ ନାରାୟଣ ବଡୁ):-କୋଦଳା ଥାନା ଅନ୍ତର୍ଗତ ବେରୁଆଁବାଡ଼ି ପଞ୍ଚାୟତର ଭୟଙ୍କର ବିସ୍ପୋରଣରେ ଗୁରୁତର ଗୋଟିଏ ପରିବାରର ଚାରି ଜଣ ସମେତ ସାତ ଜଣଙ୍କ ଆଶୁ ଆରୋଗ୍ୟ ନେଇ ବେରୁଆଁବାଡ଼ି ସ୍ଥିତ ବାବା ବାଲୁଙ୍କେଶ୍ୱର ମନ୍ଦିର ଠାରେ ଜଳାଭିଷେକ ସହିତ ପୂଜାର୍ଚନା କରିଛନ୍ତି ଗ୍ରାମବାସୀ ସମେତ ପଞ୍ଚାୟତ ପ୍ରତିନିଧି ! ପ୍ରକାଶ ଥାଉ କି ଗତ ୧୫ତାରିଖରେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବେରୁଆବାଡି ଗ୍ରାମ ଶିଅଳସାହି ରେ ଏକ ବଡ ଧରଣର ବିସ୍ଫୋରଣ ଘଟି ଗୁରୁତର ଭାବେ ଆହାତ ହୋଇଥିଲେ । ଗୁରୁତର ଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ କୋଦଳା ଓ ପରେ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ।କିନ୍ତୁ ସେଠାରେ ବି ସ୍ୱାସ୍ଥ୍ୟ ଗୁରୁତର ବିଗିଡି ଥିବାରୁ ଚାରିଜଣଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେମାନେ ମୃତ୍ୟୁସହିତ ସଂଗ୍ରାମ କରୁଛନ୍ତି ତତ ସହିତ ଅନ୍ୟ ଦୁଇ ବ୍ରହ୍ମପୁର ମେଡିକାଲ ରେ ଚିକିତ୍ସାଧୀନ ! ସେମାନେ କିପରି ଶୀଘ୍ର ଆରୋଗ୍ୟ ଲାଭ କରି ନିଜ ଘରକୁ ଫେରିବେ ସେଠିନିମିତ୍ତ ମହାପ୍ରଭୁଙ୍କ ଠାରେ ସରପଞ୍ଚ ପ୍ରତିମା କୁମାରୀ ପାଢ଼ୀ, ସମିତି ସଭ୍ୟ ବ୍ରଜ ସୁନ୍ଦର ସାହୁ,ସମସ୍ତ ୱାର୍ଡ ସଭ୍ୟ, ସମାଜସେବୀ ମନୋଜ କୁମାର ପାଢ଼ୀ, ବୁଲୁ ପାଢ଼ୀ, ଜଗନ୍ନାଥ ଗୌଡ଼, ଗୌତମ ବିଶ୍ୱାଳ, ମୁନ୍ନା ବେହେରା, ପ୍ରଦୀପ ବେହେରା, କାଳିଆ ବେହେରା, ଏଏନଏମ ଓ ବହୁ ଗ୍ରାମବାସୀ ପ୍ରାର୍ଥନା କରିଥିଲେ !

Advertisement