ନୂତନ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ଅଞ୍ଚଳ ସମସ୍ୟା ଉପସ୍ଥାପନା କଲେ ଗଞ୍ଜାମ ସମବାୟବିତ ସଂଗ୍ରାମ ସନାତନ ସିଂ l

135
ADVERTISEMENT

ବ୍ରହ୍ମପୁର,୯/୬(ଇ ରଞ୍ଜନ):- ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରରେ ୫ମ ପାଳି ଶାସନର ଦ୍ୱତୀୟ ନୂତନ ମନ୍ତ୍ରୀମଣ୍ଡଳ ପୁର୍ନଗଠନ ହୋଇଯାଇଛି l ଆସିଥିବା ମନ୍ତ୍ରୀ ମାନଙ୍କୁ ବିଭିନ୍ନ ସମାଜ ସେବୀ ଅନୁଷ୍ଠାନ ଏବଂ ରାଜନୈତିକ ବ୍ୟକ୍ତି ବିଶେଷ ମାନେ ଉପଢ଼ୋକନ ଦେଇ ସ୍ୱାଗତ ଜଣାଇବା ସହ ଅଞ୍ଚଳ ବିକାଶ ଉପରେ ମନ୍ତ୍ରୀ ମାନଙ୍କ ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଛନ୍ତି l

କୁକୁଡାଖଣ୍ଡି ବ୍ଲକର ରାଜନୈତିକ ବ୍ୟକ୍ତି ତଥା ବରିଷ୍ଠ ସମବାୟ ବିତମାନେ ଆସିଥିବା ନୂତନ ମନ୍ତ୍ରୀମାନଙ୍କୁ ସ୍ୱାଗତ ଜଣାଇବା ସହ ଅଞ୍ଚଳର ବିକାଶ ଉପରେ ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିଲେ l ଏବଂ ଭୁବନେଶ୍ୱର ବାସ ଭାବନରେ ଯୋଗଦେଇ ସମବାୟ ବିଭାଗ ଚାଷୀ ମାନଙ୍କ ହିତ ରେ ଯାଉଥିବା ହେତୁ ବିଭାଗ ଚାଷୀ ମାନଙ୍କ ଅଧିକ ରୁ ଅଧିକ ଉର୍ନ୍ନତି ଉପରେ ଆଲୋଚନା କରିଥିଲେ l ଏଥିରେ ଗଞ୍ଜାମ ବରିଷ୍ଠ ସମବାୟବିତ ସନାତନ ସଂଗ୍ରାମ ସିଂହ, କୈଳାଶ ରଣା, ଅଜୁ ମହାରଣା, ସୂର୍ଯ୍ୟ କାନ୍ତ ପରିଡା ପୁଲତୋଡ଼ା ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନା କରିଛନ୍ତି l

Advertisement