ବେଗୁନିଆପଡା,୧୮/୫(ସୂର୍ଯ୍ୟ ନାରାୟଣ ବଡୁ):-ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଏସ. ଛଚିନା ନିକଟରେ ପୂଜା ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ l କଟକ ଠାରୁ ପୋଲସରା ଯାଉଥିବା ପୂଜା ନାମକ ଏହି ଯାତ୍ରୀବାହି ଘରୋଇ ବସର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାସ୍ତା କଡରେ ଥିବା ଏକ ଗଛକୁ ଧକ୍କା ଦେଇ ଥିଲା l
ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇ ଥିବା ବେଳେ ଡ୍ରାଇଭର ସମେତ ପ୍ରାୟ ୧୩ ଜଣ ସାମାନ୍ୟ ଆହତ ହୋଇ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି l ଏବଂ ଖବର ପାଇ ବେଗୁନିଆପଡା ଫାଣ୍ଡି ଅଧିକାରୀ ସଂଗ୍ରାମ ଦେଉରୀ ଘଟଣା ସ୍ଥଳରେ ପହଂଚି ଅନୁସନ୍ଧାନ ଜାରି ରଖିଛନ୍ତି l


















