ବ୍ରହ୍ମପୁର,୧୮/୫(ଋଷିକେଷ ବେହେରା):- ବ୍ରହ୍ମପୁର ଏମକେସିଜିରେ ବିଭିନ୍ନ ଗୁରୁତ୍ୱପୂର୍ଣ ବିଭାଗର ବାହ୍ୟ ଚିକିତ୍ସା ବ୍ୟବସ୍ଥା ରହିଥିବା ବେଳେ ରୋଗୀଙ୍କ ପ୍ରବଳ ଭିଡ଼ ରହିଛି I ଟିକେଟ କାଉଣ୍ଟରରେ ପେପର ଅଭାବରୁ ଏକଘଣ୍ଟା ଧରି ଟିକେଟ ମିଳିପାରିନାହିଁ I ଟିକଟ ଦାୟିତ୍ୱରେ ରହିଥିବା ମଲ୍ଟିସଫ୍ଟ ସଂସ୍ଥାର ସୁପରଭାଇଜରଙ୍କ ଦିନ ଏଗାରଟା ପର୍ଯ୍ୟନ୍ତ ଦେଖା ନାହିଁ କିମ୍ଭା ଯୋଗାଯୋଗ ସମ୍ଭବ ହେଉନି I ଫଳରେ ସୁପରିଟେଣ୍ଡେଣ୍ଟଙ୍କୁ ଯୋଗାଯୋଗ କରିବାରୁ ଦୁଇ ପ୍ୟାକେଟ ପେପର ମିଳିଥିଲା ଯାହା ୬ ଟି କାଉଣ୍ଟର ରେ ୧୦ ମିନଟରେ ସରିଯାଇଥିଲା I ଏବଂ ଦୀର୍ଘ ଏକ ଘଣ୍ଟା ପର୍ଯ୍ୟନ୍ତ ଟିକେଟ ନ ମିଳିବାରୁ ରୋଗୀଙ୍କ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା I ତେଣୁ ବିଭାଗୀୟ କତ୍ତୃପକ୍ଷ ଦୃଷ୍ଟିଦେଇ ତଦନ୍ତ ସହକାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ ହୋଇଛି I

















