କୁକୁଡାଖଣ୍ଡି,୧/୫(ଇ .ରଞ୍ଜନ):-ଗଂଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମର ବୁଧି ସେଠି ନାମକ ଜୈନିକ ମହିଳା ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ହୋଇ ବିଭିନ୍ନ ମେଡିକାଲ ଘୁରି ବୁଲି ବହୁ ଟଙ୍କା କରଜ କରିଥିଲେ, ହେଲେ ସେ କଟକ ମେଡିକାଲ ଯିବା ପାଇଁ ଅର୍ଥ ଅଭାବରୁ ସରପଞ୍ଚଙ୍କ ଜରିଆରେ ଉପଜିଲ୍ଲାପାଳଙ୍କୁ ବହୁ ଦିନ ତଳେ ଗୁହାରି କରିଥିଲେ l କୌଣସି କାରଣ ବଶତଃ ବୁଧି ସେଠିଙ୍କ ଶରୀର ଅତ୍ୟଧିକ ଅସୁସ୍ଥତା ଅନୁଭବ କରି ବୁଧି ସେଠି ଗତ କିଛି ଦିନ ତଳେ ମୃତ୍ୟୁ ବରଣ କରିଥିଲେ l ଫଳରେ ତାଙ୍କ ନାବାଳିକା ଝିଅଙ୍କୁ ଭରଣପୋଷଣ ନିମନ୍ତେ ସରପଞ୍ଚ କ୍ରାନ୍ତି କୁମାରୀ ଦେବୀଙ୍କ ସହଯୋଗ କ୍ରମେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଆଜି ରେଡକ୍ରସ ପାଣ୍ଠିରୁ ୧0 ହଜାର ଟଙ୍କା ତାଙ୍କ ୨ ଝିଅ ବାସନ୍ତୀ ସେଠି ଏବଂ ବୈଜନ୍ତି ସେଠିଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭି.କିର୍ତ୍ତୀ ଭାସନ ଆର୍ଥୀକ ସହାୟତା ପ୍ରଧାନ କରିଛନ୍ତି l


















