ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ର ଟ୍ରାଏଲ କାର୍ଯ୍ୟକ୍ରମ !

130
ADVERTISEMENT

କୋଦଳା,୨୦/୪(ସୂର୍ଯ୍ୟ ନାରାୟଣ ବଡୁ):- ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କିନାରୀ ଛକ ଠାରେ ନିର୍ମିତ ହେଉଥିବା ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ (ମଳ ଉପଚାର ସୁବିଧା କେନ୍ଦ୍ର )ର ପରୀକ୍ଷ୍ୟା ମୂଳକ ଉଦଘାଟନ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି !

ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ ଅତ୍ୟାଧୁନିକ ଜ୍ଞାନ କୌଶଳ ଦ୍ୱାରା ଲଗାଯାଇଥିବା ମେସିନ ଦ୍ୱାରା ମନୁଷ୍ୟମଳ କୁ ବିନିଯୋଗ କରାଯାଇ ସେଥିରୁ ଖତ ବାହାର କରାଯାଇ ଚାଷ ଉପଯୋଗୀ କରିବା ଲକ୍ଷ୍ୟନେଇ ଉକ୍ତ ପ୍ଲାଣ୍ଟ ପ୍ରସ୍ତୁତି ଚାଲିଛି ! ୧୦,୦୦୦(ଦଶ ହଜାର ଲିଟର ବିଶିଷ୍ଟ )ଏହି ଅତ୍ୟଆଧୁନିକ ଟାଙ୍କି ୧୬/o୮/୨୦୨୧ ଠାରୁ ଆରମ୍ଭ ହୋଇ ଶେଷ ପର୍ଯ୍ୟାୟ ରେ ପହଞ୍ଚି ଥିବା ବେଳେ ଆଜି ଏହାକୁ ପରୀକ୍ଷ୍ୟା ମୂଳକ କାର୍ଯ୍ୟକ୍ଷମ କରାଯାଇଛି !ଆଜିର ଏହି କାର୍ଯ୍ୟକ୍ରମ ରେ କୋଦଳା ଏନଏସି ଅଧ୍ୟକ୍ଷ୍ୟ ସୂର୍ଯ୍ୟ ନାରାୟଣ ନାୟକ, ଉପାଧ୍ୟକ୍ଷ୍ୟା ରଞ୍ଜିତା ସେଠୀ ସମେତ ତହସିଲଦାର ସଶ୍ମିତା ଶତପଥୀ,ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ, ସ୍ୱଛତା ବେଶେଷଜ୍ଞ ଚନ୍ଦ୍ର କାନ୍ତ ମାରାଣ୍ଡି, ସମସ୍ତ କାଉନସିଲର ଉପସ୍ଥିତ ରହି ଏହି ପ୍ଲାଣ୍ଟ ବୁଲିଦେଖିବା ସହିତ ଖୁସିବ୍ୟକ୍ତ କରିଥିଲେ !ସମସ୍ତ କାଉନସିଲର ଉପସ୍ଥିତ ରହି ଏହି ପ୍ଲାଣ୍ଟ ବୁଲିଦେଖିବା ସହିତ ଖୁସିବ୍ୟକ୍ତ କରିଥିଲେ !

Advertisement