ଆତଙ୍କବାଦୀ ଓ ମାଓବାଦୀ ମୁକାବିଲା ପାଇଁ ଗଠନ ହେଲା ‘କୋରସ’

286
ADVERTISEMENT

ନୂଆଦିଲ୍ଲୀ ,୧୫/୮ (ଏଜେନସି) : ଆତଙ୍କବାଦୀ ଓ ମାଓବାଦୀମାନଙ୍କ ମୁକାବିଲା ପାଇଁ ଭାରତୀୟ ରେଳ ଦ୍ବାରା ଅଲଗା ଫୋର୍ସ ଗଠନ କରାଯାଇଛି ଯାହାକୁ କମାଣ୍ଡୋ ଫର ରେଲୱେ ସିକ୍ୟୁରିଟି କୋରସ ନାମରେ ନାମିତ କରାଯାଇଛି। ଆଜି ନୂଆଦିଲ୍ଲୀରେ ଏହି ସ୍ବତନ୍ତ୍ର ଫୋର୍ସ ଗଠନ ନେଇ ଔପଚାରିକ ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ପୀ‌ୟୂଷ ଗୋୟଲ । ରେଳ ସୁରକ୍ଷା ବଳର ୧୪ଟି ବାଟାଲିଅନ୍‌ରୁ ଗୋଟିଏ ବାଟାଲିଅନ୍‌କୁ କୋରସ ଫୋର୍ସ‌୍‌େର ରୂପାନ୍ତରିତ କରାଯାଇଛି । ରେଳ ସୁରକ୍ଷା ଓ ରେଳ ସମ୍ପତ୍ତିର ସୁରକ୍ଷା ସଂକ୍ରାନ୍ତ ଗୁରୁଦାୟିତ୍ବ ନିର୍ବାହ କରିବ କୋରସ୍ । ଏତଦ୍‌ବ୍ୟତୀତ ଟ୍ରେନ ଅପହରଣ ଓ ଆତଙ୍କବାଦୀ ଆକ୍ରମଣରୁ ମୁକାବିଲା, ଯାତ୍ରୀମାନଙ୍କୁ ବନ୍ଧକ କରିନେବା ସ୍ଥିତିର ମୁକାବିଲା କରିବା, ଲ୍ୟାଣ୍ଡମାଇନ୍ ଓ ଆଇଇଡି ନିଷ୍କ୍ରିୟ କରିବା ଭଳି କାର୍ଯ୍ୟରେ ନିୟୋଜିତ ହେବେ କୋରସର କମାଣ୍ଡୋମାନେ । ଏହା ରେଲଵେର କମାଣ୍ଡୋ ୟୁନିଟ୍ ରୂପେ କାର୍ଯ୍ୟ କରିବ । କମାଣ୍ଡୋମାନେ ଅତ୍ୟାଧୁନିକ ଉପକରଣ ବ୍ୟବହାର କରିବେ। ଏହି ସ୍ବତନ୍ତ୍ର ଫୋର୍ସ ପାଇଁ ୫ ବର୍ଷ ପର୍ଯ୍ୟନ୍ତ ଯବାନମାନଙ୍କୁ ଭର୍ତ୍ତି କରାଯାଉଛି। ରେଲୱେ ଦ୍ବାରା କୋରସ୍‌ର ପ୍ରଶିକ୍ଷଣ ପାଇଁ ଅତିରିକ୍ତ ଅର୍ଥରାଶି ଉପଲବ୍ଧ କରାଯିବା ସହିତ ଫିଟନେସ୍ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ପ୍ରତ୍ୟେକ ବର୍ଷ ଫିଟନେସ୍ ଟେଷ୍ଟ ରେଲୱେ ପ୍ରୋଟେକ୍ସନ ଫୋର୍ସର ମହାନିର୍ଦ୍ଦେଶକଙ୍କ ତତ୍ତ୍ବାବୋଧାନରେ କରାଯିବ।

Advertisement