ଇଟା ଭାଟି ବନ୍ଦ ପାଇଁ ୨ ଥର ଜନ ଶୁଣାଣି ଶିବିର l

135
ADVERTISEMENT

ସାନଖେମୁଣ୍ଡି,୧୮/୪(ସପନ ଦାସ):-ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ କଙ୍କୋରଡା ପଞ୍ଚାୟତ କରାଖଣ୍ଡି ଗ୍ରାମରେ ଗତ ରବିବାର ଦିନ ଇଟା ଭାଟି ବନ୍ଦ ପାଇଁ ଦ୍ୱିତୀୟଥର ଜନ ଶୁଣାଣି ଅନୁଷ୍ଠିତ ହୋଇ ଯାଇଛି | ଏହି ଜନ ଶୁଣାଣି ରେ ସାନଖେମୁଣ୍ଡି ତହସିଲଦାର ଡ଼.ଶ୍ରୀନିବାସ ବେହେରା, କଙ୍କୋରଡା ରାଜସ୍ବ ନିରୀକ୍ଷକ ଲୋକନାଥ ମଲ୍ଲିକ, ଅତିରିକ୍ତ ରାଜସ୍ବ ନିରୀକ୍ଷକ ଜିତୁ ପାତ୍ର, ମାନବାଧିକାର ପରିଷଦ ଜିଲ୍ଲା ସଭାପତି ସାଇ ପ୍ରସାଦ ପରିଡ଼ା, ସମ୍ପାଦକ ପ୍ରଦୀପ କୁମାର ନାୟକ, ଉପସଭାପତି ଜି.ପ୍ରକାଶ ପାତ୍ର, ଦକ୍ଷିଣଓଡିଶା ଯୁବ ଉପସଭାପତି ମିହିର କୁମାର ବେହେରା, ଜିଲ୍ଲା ଯୁବ ଉପ ସଭାପତି ନିଳାଞ୍ଚଳ ସେଠୀ, ଉପ ସମ୍ପାଦକ କିରଣ କୁମାର ସାହୁ, ବୁଗୁଡ଼ା ବ୍ଲକ୍ ସଭାପତି ଗୀତାଞ୍ଜଳି ପ୍ରଧାନ, ଖଲିକୋଟ ସଭାପତି ସୁମିତ୍ରା ତରେଇ ଯୋଗ ଦେଇଥିଲେ |

ପୂର୍ବରୁ କରାଖଣ୍ଡି ଓ ଗମ୍ଭାରୀଗୁଡା ଗ୍ରାମର କିଛି ଲୋକ ସହ ଅନ୍ତର୍ଜାତିକ ମାନବାଧିକାରୀ ପରିଷଦ ଗଞ୍ଜାମ ଜିଲ୍ଲା ପକ୍ଷରୁ ମାର୍ଚ୍ଚ ୩୦ ତାରିଖରେ ସାନଖେମୁଣ୍ଡି ତହସିଲଦାର ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ଏନେଇ ତହସିଲଦାର ଡ଼.ଶ୍ରୀନିବାସ ବେହେରା ୧୫ ଦିନ ମଧ୍ୟରେ ଅଭିଯୋଗର ତଦନ୍ତ ସହ କାଯ୍ୟନୁଷ୍ଠାନ ନିଆଯିବ ବୋଲି କହିଥିଲେ ଏନେଇ ମଙ୍ଗଳବାର ଏକ ଜନଶୁଣାଣୀ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅଭିଯୋଗ କରିଥିବା ଲୋକ ଅନ୍ୟ ଏକ ଜନ ଶୁଣାଣି ପାଇଁ ଧାର୍ଯ୍ୟ କରିଥିଲେ l ଏନେଇ ରବିବାର ଏକ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା l ଉକ୍ତ ଜନଶୁଣାଣି ରେ ଅଭିଯୋଗ କରିଥିବା ଲୋକ ସହ ଗ୍ରାମର ପ୍ରାୟ ୩୦୦ରୁ ଉର୍ଦ୍ଧ ଲୋକ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ଇଟା ଭାଟି ବନ୍ଦ କରିବାକୁ ଅଧିକାଂଶ ଲୋକ ବିରୋଧୀ କରିଥିଲେ l

Advertisement