ନୂଆଦିଲ୍ଲୀ,୧୮/୪(ଡି.ଏଚ ବ୍ୟୁରୋ):-ଦେଶରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୨,୧୮୩ ମାମଲା ପଞ୍ଜିକୃତ ହୋଇଥିବାବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତକାଲି ଦେଶରେ ୧୧୫୦ଟି ମାମଲା ରୁଜୁ ହୋଇଛି।
















