ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ନିୟୋଜିତ ଥିବା କନିଷ୍ଠ ଶିକ୍ଷକମାନଙ୍କର ଦରମା ବୃଦ୍ଧି ।

123
ADVERTISEMENT

ଭୁବନେଶ୍ୱର,୦୩/୧(ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ନିୟୋଜିତ ଥିବା କନିଷ୍ଠ ଶିକ୍ଷକମାନଙ୍କର ଦରମା ବୃଦ୍ଧି । ୨୦୨୨ ଜାନୁଆରୀ ପହିଲାରୁ ଏହି ବର୍ଦ୍ଧିତ ଦରମା କାର୍ଯ୍ୟକାରୀ ହେବ ନେଇ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ନିଷ୍ପତ୍ତି ଦ୍ବାରା ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କର ଦରମା ୭୪୦୦ ଟଙ୍କାରୁ ୧୧,୦୦୦ ଟଙ୍କାକୁ ବୃଦ୍ଧି ପାଇ ଥିବାବେଳେ କନିଷ୍ଠ ଶିକ୍ଷକମାନଙ୍କ ଦରମା ୯,୨୦୦ ଟଙ୍କାରୁ ୧୩,୮୦୦ ଟଙ୍କାକୁ ବୃଦ୍ଧି । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୧୬୮ କୋଟି ଟଙ୍କା ଖର୍ଚ୍ଚ କରିବେ।

Advertisement