ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ଶୋକପ୍ରକାଶ କଲେ ବିଧାୟିକା ସମେତ ବହୁ ରାଜନେତା।

123
ADVERTISEMENT

କୋଦଳା,୨୫/୧୨(ସୂର୍ଯ୍ୟ ନାରାୟଣ ବଡୁ):- ବିଶିଷ୍ଟ ରାଜନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଏବଂ ଗଞ୍ଜାମ ଟାଇଗର ନାମରେ ପରିଚିତ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ଯନଗର ନିର୍ବାଚନ ମଣ୍ଡଳୀର ବିଧାୟୀକା ଲତିକାପ୍ରଧାନ ଗଭୀର ଶୋକପ୍ରକାଶ ସହ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିଥିବା ବେଳେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଜନ୍ମମାଟି ଢୁଙ୍କାପଡା କୁ ପାର୍ଥିବ ଶରୀର ନେବା ସମୟ ରେ କୋଦଳା ବସଷ୍ଟାଣ୍ଡ ଠାରେ ଏକ ବିରାଟ ପଟୁଆର ରେ ଢୋଲ, ଥଳ ମୃଦଙ୍ଗ ଓ ବାଣ ଫୁଟାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ !ପ୍ରଫୁଲ୍ଲ କୁମାର ସାହୁ, ହରିହର ପଣ୍ଡା, ନାରାୟଣ ସୁମନ୍ତରାୟ, ଶରତ ପାଣ୍ଡୀ, ଗୋଲାଜେନା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ନାୟକ, ରବୀନ୍ଦ୍ର ମହାନ୍ତି ଙ୍କ ସମେତ ଶତାଧିକ କୋଦଳା ଜନସାଧାରଣ ଉପସ୍ଥିତ ରହି ଶୋକପ୍ରକାଶ କରିଥିଲେ !ଗଞ୍ଜାମ ଜିଲ୍ଲା ତଥା ଓଡିଶାର ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିଲା ।ଗଞ୍ଜାମ ଜିଲ୍ଲା ରେ ତାଙ୍କର ସ୍ୱତନ୍ତ୍ର ପରିଚୟ ଶୃଷ୍ଟି ହୋଇଥିଲା “ଗଞ୍ଜାମ ଟାଇଗର “ନାମରେ !ଗଞ୍ଜାମ କୋଦଳା ନିର୍ବାଚନ ମଣ୍ଡଳୀରୁ ରାମକୃଷ୍ଣ ପଟ୍ଟନାୟକ ୫ ଥର ନିର୍ବାଚିତ ହୋଇଥିଲେ । ୧୯୭୭, ୧୯୮୫, ୧୯୯୦, ୧୯୯୫ ଓ ୨୦୦୦ ମସିହାରେ କୋଦଳା ନିର୍ବାଚନ ମଣ୍ଡଳୀରୁ ରାଜ୍ୟ ବିଧାନସଭା ଆସନରେ ଜିତିଥିଲେ । ୨୦୦୦ରୁ ୨୦୦୨ ଯାଏଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ପାଳିରେ ଅର୍ଥମନ୍ତ୍ରୀ ରହିଥିବା ବେଳେ ବହୁ ଗୁରୁତ୍ୱପୂର୍ଣ ବିଭାଗରେ ମନ୍ତ୍ରୀ ରହିଥିଲେ ସ୍ଵର୍ଗତ ପଟ୍ଟନାୟକ।

Advertisement