ବ୍ରହ୍ମପୁର,୨୧/୧୨(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମାନଗର ଦ୍ବିତୀୟ ଲାଇନ୍ ସ୍ଥିତ ଡାକ୍ତର ସୁମିତ ଘର ସମ୍ମୁଖରେ ଧାରଣା ଦେଇଥିବା ତପସ୍ବିନୀଙ୍କୁ ଉଚିତ ନ୍ୟାୟ ଦେବା ପ୍ରତିବାଦରେ ଶତାଧିକ ମହିଳା ଡାକ୍ତରଙ୍କ ଘର ଗେଟ୍ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ । ଫଳରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୋଲିସ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ୧୪୪ ଧାରା ଜାରି । ସେପଟେ ତପସ୍ବିନୀ ସ୍ବାମୀଙ୍କ ସହ ରହିବା ପାଇଁ ଦାଏର ପିଟିସନ୍ର ଶୁଣାଣି କରିଛନ୍ତି ବ୍ରହ୍ମପୁର ଏସ୍ଡିଜେଏମ୍ ଜିତେନ୍ଦ୍ରୟ ପାଣିଗ୍ରାହୀ ।

















