Wednesday, August 19, 2026
ADVERTISEMENT
Home ଖେଳ ରାଜସ୍ଥାନକୁ ୫ ୱିକେଟରେ ପରାସ୍ତ କଲା ହାଇଦ୍ରାବାଦ

ରାଜସ୍ଥାନକୁ ୫ ୱିକେଟରେ ପରାସ୍ତ କଲା ହାଇଦ୍ରାବାଦ

385
ADVERTISEMENT

ହାଇଦ୍ରାବାଦ,(ଦୁନିଆ ହାଲ୍ ଚାଲ୍): ଗତକାଲି ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିଅମରେ ଖେଳାଯାଇଥିବା ମ୍ୟାଚରେ ସନରାଜର୍ସ ହାଇଦ୍ରାବାଦର ଦମଦାର ବିଜୟ ହୋଇଛି। ଘରୋଇ ପଡ଼ିଆରେ ହାଇଦ୍ରାବାଦ ୫ ଓ୍ୱିକେଟରେ ରାଜସ୍ଥାନ ରୋୟାଲ୍ସକୁ ପରାସ୍ତ କରିଛି। ୧୯୯ ରନର ବିଶାଳ ସ୍କୋରକୁ ପିଛା କରୁଥିବା ହାଇଦ୍ରବାଦ ଗୋଟିଏ ଓଭର ପୂର୍ବରୁ ମ୍ୟାଚକୁ ଜିତି ନେଇଛି।

ଚଳିତ ସିଜିନରେ ଏହା ହାଇଦ୍ରାବାଦର ପ୍ରଥମ ବିଜୟ। ଡେଭିଡ ଓ୍ୱାର୍ଣ୍ଣର ଓ ଜୋନି ବେୟାରଷ୍ଟୋଙ୍କ ଦୃଢ ବ୍ୟାଟିଂ ବଦଳରେ ମ୍ୟାଚକୁ ସହଜରେ ଜିତିଛି ଘରୋଇ ଦଳ।  ବର୍ଷେ ପରେ କ୍ରିକେଟକୁ ଫେରିଥିବା ଡେଭିଡ ଓ୍ୱାର୍ଣ୍ଣରଙ୍କ ପୁଣି ଥରେ ବିସ୍ଫୋରକ ଇଂନିସ ଦେଖିବାକୁ ମିଳିଥିଲା।  ସେ ୩୭ଟି ବଲରୁ ୬୯ ରନ୍‌ ସଂଗ୍ରହ କରିଥିଲେ।

ପ୍ରଥମ ଇଂନିସରେ ୧୯୮ରନ୍‌ କରିଥିବା ସତ୍ତ୍ୱେ ପରାସ୍ତ ହୋଇଛି ରାଜସ୍ଥାନ ରୋୟାଲ୍ସ। ଏହା ଦଳର ଦ୍ୱିତୀୟ ପରାଜୟ। ଦଳ ବ୍ୟାଟିଂ ଭଲ କରିଥିଲେ ମଧ୍ୟ ବୋଲିଂ ବିଫଳତା ପାଇଁ ମ୍ୟାଚ ହାରିଥିଲା। ପ୍ରଥମ ଇଂନିସରେ ରାଜସ୍ଥାନ ରୋୟାଲ୍ସ ବ୍ୟାଟସମ୍ୟାନ୍‌ ସଞ୍ଜୁ ସାମସନ ଶତକ ହାସଲ କରିଥିଲେ। ସେ ୫୫ଟି ବଲ୍‌ରୁ ୧୦୨ ସଂଗ୍ରହ କରିଥିଲେ।

Advertisement