ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ପୁଲିସ ଗୋଡ଼ାଇ ପିଟିବା ଘଟଣା ପ୍ରତିବାଦରେ ରାଜ୍ୟର ସବୁ ଜିଲ୍ଲାର ଏସପି ଅଫିସ୍ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା।

116
ADVERTISEMENT

ଭୁବନେଶ୍ୱର,୧୪/୧୨(ଡ଼ି.ଏଚ ବ୍ୟୁରୋ):-କଂଗ୍ରେସ ଭବନ ଭିତରେ ପଶି ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ପୁଲିସ ଗୋଡ଼ାଇ ପିଟିବା ଘଟଣା ପ୍ରତିବାଦରେ ରାଜ୍ୟର ସବୁ ଜିଲ୍ଲାର ଏସପି ଅଫିସ୍ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିବାବେଳେ ଆଜି ଭୁବନେଶ୍ବର ଓ କଟକ ଡିସିପି କାର୍ଯ୍ୟାଳୟ ସମ୍ମୁଖରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ, ଛାତ୍ର କଂଗ୍ରେସ ସଭାପତି ସୟଦ ୟସିର ନୱାଜ ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ପ୍ରମୁଖଙ୍କ ସମେତ ବହୁ ନେତା ଓ କର୍ମୀ ଧାରଣାରେ ବସିଛନ୍ତି।

Advertisement