ଜଗତା ନାଳରେ ଭାସିଗଲା ଦଶମ ଶ୍ରେଣୀ ଛାତ୍ର, ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ଜାରି।

131
ADVERTISEMENT

କୋଦଳା,୬/୧୨(ସୂର୍ଯ୍ୟ ନାରାୟଣ ବଡୁ):-ଦୁଇଦିନ ଧରି ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲା ସାନ ଉସ୍ତାପଡ଼ା ପଞ୍ଚାୟତ କେ ରାଣୀପଡ଼ା ନିକଟସ୍ଥ ଜଗତା ନାଳରେ ଯାଉଥିବା ବଢି ପାଣିରେ ଭାସିଗଲା ୧୫ ବର୍ଷର ନାବାଳକ ଦଶମ ଶ୍ରେଣୀ ଛାତ୍ର ଆକାଶ ନାହାକ। ସୂଚନା ପ୍ରକାରେ କୋଦଳା ଥାନା ଅନ୍ତର୍ଗତ ସାନ ଉସ୍ତ।ପଡା ପଞ୍ଚାୟତ କେ ରାଣୀପଡା ଗ୍ରାମର ଟିଟୁ ନାହାକଙ୍କ ପୁଅ ଆକାଶ ତାଙ୍କ ସାଙ୍ଗ ସହିତ ନିକଟସ୍ଥ ଜଗତା ନାଳକୁ ପ୍ରତିଦିନ ଭଳି ଗାଧୋଇବାକୁ ଯାଇଥିଲେ। ଆଜି ପ୍ରବଳ ସୁଅ ଆସୁଥିବା ବେଳେ ପାଣି ସୁଅରେ ସେ ଭାସି ଚାଲିଯାଇଥିଲେ।ଖବର ପାଇ ସେଠାରେ ଲୋକ ରୁଣ୍ଡ ହୋଇ ବହୁ ଖୋଜାଖୋଜି କରିବା ପରେ ଆକାଶ କୁ ପାଇନଥିଲେ। ଘଟଣା ସ୍ଥଳରେ କୋଦଳା ଦମକଳ ବାହିନୀ ପହଁଚି ଖୋଜିବା ପାଇଁ ଚେଷ୍ଟା ଜାରି ରଖିଛି।ପୋଲିସ ଓ ତହସିଲ ପ୍ରଶାସନ ଉପସ୍ଥିତ ଅଛନ୍ତି , ସନ୍ଧ୍ୟାସୁଦ୍ଧା ଆକାଶ ଉଦ୍ଧାର ହୋଇପାରି ନଥିବା ଜଣାପଡ଼ିଛି !

Advertisement