ମୋଦି-ଶାହଙ୍କ ଯୋଡି ଆଜିର କୃଷ୍ଣ-ଅର୍ଜୁନ: ରଜନୀକାନ୍ତ

270
ADVERTISEMENT

ଚେନ୍ନାଇ,୧୧/୦୮(ଏଜେନସି ): ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ମୋଦି ସରକାରଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି । ଏହାକୁ ନେଇ ରଜନୀକାନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଯୋଡିକୁ କୃଷ୍ଣ-ଅର୍ଜୁନଙ୍କ ଯୋଡି ସହ ତୁଳନା କରିଛନ୍ତି । ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରଜନୀକାନ୍ତ କହିଛନ୍ତି,ଏମାନେ ହେଉଛନ୍ତି ଆଧୁନିକ ଯୁଗର କୃଷ୍ଣ-ଅର୍ଜୁନ। ‘ମିଶନ କଶ୍ମୀର’କୁ ନେଇ ରଜନୀକାନ୍ତ ଏହା କହିଛନ୍ତି। ଚେନ୍ନାଇରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ଉପରେ ଲେଖାଯାଇଥିବା ପୁସ୍ତକ ‘ଲିସନିଂ, ଲର୍ଣ୍ଣିଂ ଆଣ୍ଡ ଲିଡିଙ୍ଗ’ର ଉନ୍ମୋଚନ ଉତ୍ସବରେ ରଜନୀକାନ୍ତ ଏହା କହିଛନ୍ତି ।

Advertisement