ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା ,ଭୃଣ ହତ୍ୟା ଓ ବାଲ୍ୟ ବିବାହ ସଂମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

151
ADVERTISEMENT

କୋଦଳା,୦୭/୧୦(ସୂର୍ଯ୍ୟ ନାରାୟଣ ବଡୁ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଏସ. ଛଚିନା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ବୁଧବାର ଦିନ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା, ଭ୍ରୁଣ ହତ୍ୟା ଓ ବାଲ୍ୟ ବିବାହ ସମ୍ପର୍କୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସଂଯୋଜକ ଦେବେନ୍ଦ୍ର ମହନ୍ତ ,କ୍ଷେତ୍ର ଅଧିକାରୀ ଶିଶିର କୁମାର ବିଶ୍ୱାଳ ,ସୁପରଭାଇଜର ମୁନା ମହାପାତ୍ର ଯୋଗ ଦେଇ ଏହାର ବିଭିନ୍ନ ଦିଗ ଯଥା ସରକାରଙ୍କ ବିଭିନ୍ନ ଆଇନ ,ସମାଜ ରେ ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଉପସ୍ଥିତ ସମସ୍ତଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଗ୍ରାମରେ ଥିବା ଅଙ୍ଗନବାଡ଼ି, ବିଦ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ଥିବା ସମସ୍ଯା ଓ ଏହାର ପ୍ରତିକାର ଏବଂ କଣ କଲେ ଆଉରି ଆଗକୁ ଯାଇ ପାରିବ ଆଦି ବିଷୟ କର୍ମଶାଳାରେ ଆଲୋଚନା ସହ ଏକ ରୋଡ଼ ମ୍ୟାପ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ ,ଆଶା କର୍ମୀ ,ଶିଶୁ ଓ ଅଭିଭାବକ ଯୋଗ ଦେଇଥିଲେ ।

Advertisement