ଗଞ୍ଜାମରେ ଚତୁର୍ଥ ପର୍ଯ୍ୟାୟରେ ଆରମ୍ଭ ହେବ ଆଉ ୧୦ ସ୍ମାର୍ଟ କ୍ଲାସ୍, ଭର୍ଚୁଆଲରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

142
ADVERTISEMENT

ଗଞ୍ଜାମ,୨୮/୮(ଡ଼ି.ଏଚ/ବ୍ୟୁରୋ): ଗଞ୍ଜାମରେ ଚତୁର୍ଥ ପର୍ଯ୍ୟାୟରେ ଆରମ୍ଭ ହେବ ଆଉ ୧୦ଟି ସ୍କୁଲର ସ୍ମାର୍ଟ କ୍ଲାସ୍ । ଗଞ୍ଜାମ ହିଞ୍ଜିଳି ଓ ଶେରଗଡ ବ୍ଳକ୍ ଅଞ୍ଚଳରୁ ଏହାର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ସ୍କୁଲ ଗସ୍ତ କରିଛନ୍ତି ବିଧାୟକମାନେ । ଗଞ୍ଜାମ ତାମ୍ପରାରେ ବିଧାୟକ ଓ ବିଧାୟିକାମାନେ ପହଞ୍ଚିବା ପରେ ସ୍ବାଗତ କରାଯାଇଥିଲା । ପରେ ବିଧାୟକମାନେ ମାଆ ତାରାତାରିଣୀ ମନ୍ଦିର ଦର୍ଶନ କରି ସ୍କୁଲ ଗସ୍ତ କରିଛନ୍ତି । ଅପରାହ୍ନ ୫ଟାରେ ଦୁଇଟି ବ୍ଲକର ୧୦ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ହିଞ୍ଜିଳି ବ୍ଳକ୍ ର ଦୁର୍ଗନ୍ଧ ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ହିଞ୍ଜିଳି ସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ, ଶିକିରି ସ୍ଥିତ ୟୁ .ଏନ୍ ଉଚ୍ଚ ବିଦ୍ୟାଳୟ, ବି.କେ ପୁର ପୁଟିପଦର ୟୁ .ଜି ଉଚ୍ଚ ବିଦ୍ୟାଳୟ, ନନ୍ଦିକ ସ୍ଥିତ ସରକାରୀ ୟୁ.ଜି ଉଚ୍ଚ ବିଦ୍ୟାଳୟ ଏବଂ ଶେରଗଡ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ, ବି .ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟ, ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ, ପିତ୍ତଳ ବାଳକ ଉଚ୍ଚ ବିଦ୍ୟାଳୟ ପ୍ରମୁଖ ୧୦ ଟି ସ୍କୁଲର ସ୍ମାର୍ଟ କ୍ଲାସ୍ ଉଦଘାଟନୀ କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

Advertisement