ବରିଷ୍ଠ ନାଗରିକ ମଞ୍ଚର ବୈଠକରେ କରୋନା ସଚେତନତା ସୃଷ୍ଟି ଓ ସମ୍ବର୍ଦ୍ଧନା ଉତ୍ସବ

143
ADVERTISEMENT

ବ୍ରହ୍ମପୁର,୦୬/୦୮(ଡ଼ି.ଏଚ/ବ୍ୟୁରୋ): ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ଏକ ବୈଠକ ମା ମଙ୍ଗଳା ପାଉଲଟ୍ରି ପରିସରରେ ସଭାପତି ନରହରି ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦିନ ପରେ ଅନୁଷ୍ଠିତ ଏହି ବୈଠକ ସମ୍ପୁର୍ଣ କୋଭିଡ କଟକଣା ମଧ୍ୟରେ ପରିଚାଳିତ ହୋଇଥିଲା । ଏଇ ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନରସିଂହ ସ୍ୱାଇଁଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ରୋଟାରୀ କ୍ଳବ ଇଷ୍ଟର ପୂର୍ବତନ ସଭାପତି ଡାକ୍ତର ସମ୍ବିତ ବେଗରାୟ ଏଇ ବୈଠକରେ ଯୋଗଦେଇ ବରିଷ୍ଠ ନାଗରିକ ମାନେ ନିଜ ନିଜର ଶରୀର ପ୍ରତି ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଆଗାମୀ ଦିନରେ ଚକ୍ଷୁ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରୋଟାରୀ କ୍ଳବ ଇଷ୍ଟର ପୂର୍ବତନ ସଭାପତି ବୃନ୍ଦ ଅରୁଣ ଚାନ୍ଦ ଦାଶ,ଗଦାଧର ରାଉଳ,ରଂଜିତ କୁମାର ପାତ୍ରଙ୍କ ସମେତ ଲିଙ୍ଗରାଜ ନାୟକ, ନାରସୁ ଜେନା, ମଞ୍ଚର ଉପଦେଷ୍ଟା କୋରା ମହାରଣା, ସ୍ଥାନୀୟ ସରପଞ୍ଚ କୁମାରୀ ପ୍ରଧାନ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ଶତପଥୀ,ସାମ୍ବାଦିକ କ୍ଷେତ୍ର ବାସୀ ସାହୁ ଯୋଗଦେଇ ଉଦ୍ ବୋଧନ ଦେଇ ଥିଲେ ।ସ୍ୱର୍ଗତ ଭରତ ପ୍ରଧାନଙ୍କ ସ୍ମୃତିରେ ପ୍ରତିଷ୍ଠିତ ପାଉଲଟ୍ରି ଫର୍ମର ସତ୍ତ୍ଵାଧିକାରୀ ବୀରକିଶୋର ପ୍ରଧାନ ଓ ରମାଦେବୀ ପ୍ରଧାନଙ୍କ ଅଭ୍ୟର୍ଥନାରେ ଆୟୋଜିତ ଏଇ ଉତ୍ସବକୁ ମନୋଜ କୁମାର ପ୍ରଧାନ ସରୋଜ କୁମାର ପ୍ରଧାନ ଓ ଇତିଶ୍ରୀ ପ୍ରଧାନ ପରିଚାଳନା କରିଥିଲେ ।ମଞ୍ଚର ସଂଯୋଜକ ତଥା ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟର ସଭାପତି କାମରାଜୁ ମହାରଣା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂପାଦକ ବାଉରିବନ୍ଧୁ ସାହୁ ବିବରଣୀ ପ୍ରଦାନ କରିଥିଲେ ଏବଂ ଶିକ୍ଷକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement