ବ୍ରହ୍ମପୁର,୨୫/୦୭(ଡ଼ି.ଏଚ/ବ୍ୟୁରୋ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ଏକ ଅଟୋରେ ୮ ଜଣ ବ୍ୟକ୍ତି ମାଛ ଧରି ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ହଳଦିଆପଦର ଠାରେ ଏକ ଟ୍ରାକ୍ଟର ସହ ଅଟୋଟି ଧକ୍କା ହୋଇଥିଲା । ଫଳରେ ଅଟୋରେ ଥିବା ସମସ୍ତ ଆହତ ହୋଇ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲରେ ଭର୍ତ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ।

















