ବନ୍ୟାପ୍ଳାବିତ କେରଳରେ ମୃତ୍ୟୁସଂଖ୍ୟା ୪୦ ଟପିଲା

168
ADVERTISEMENT

କେରଳ, ୧୦/୮(ଏଜେନସି) :ତିରୁବନନ୍ତପୁରମରେ ଜଳଚାପ ହ୍ରାସ କରାଇବାକୁ ବନ୍ୟାଜଳରେ ଫୁଲି ଉଠିଥିବା ଅନେକ ଜଳଭଣ୍ଡାର ସ୍ଲୁଇସ୍‌ ଗେଟ୍‌ ଖୋଲିବାକୁ କେରଳ ଜଳଭଣ୍ଡାର ନିରାପତ୍ତା କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି । ବୋଲି ଶନିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି। ଗତ କେତେ ଦିନ ହେବ ପ୍ରବଳ ବର୍ଷା ହେତୁ ସମଗ୍ର ରାଜ୍ୟରେ ପ୍ରଳୟଙ୍କର ବନ୍ୟା ଆସିଛି । ରାଜ୍ୟର ତୃତୀୟ ବୃହତ୍‌ ଜଳଭଣ୍ଡାର ବନସୁରସାଗର ଜଳଭଣ୍ଡାରର ସ୍ଲୁଇସ୍‌ ଗେଟ୍‌ ସବୁ ଖୋଲାଯିବା ପୂର୍ବରୁ କର୍ତ୍ତୃପକ୍ଷମାନେ ଓ୍ଵାୟନାଡ଼ ଜିଲ୍ଲାରେ ହାଇ ଆଲର୍ଟ ଜାରି କରିଥିଲେ। ଏ ପର୍ଯନ୍ତ ଓ୍ଵାୟନାଡ଼ ଜିଲ୍ଲାର ୨୦ ହଜାର ସମେତ ରାଜ୍ୟର ଏକ ଲକ୍ଷରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଜଳଭଣ୍ଡାରରୁ ନିଷ୍କାସିତ ଜଳ ବନ୍ୟାପ୍ଳାବିତ ରାଜ୍ୟ ନିମନ୍ତେ ଅଧିକ ଅସୁବିଧା ଆଣିବ। ଗତ ୪ ଦିନ ମଧ୍ୟରେ ରାଜ୍ୟରେ ମୃତ୍ୟୁସଂଖ୍ୟା ୪୦ ଟପିଥିବା ବେଳେ ମାଟିଅତଡ଼ା ତଳେ ୫୦ରୁ ଅଧିକ ପୋତି ହୋଇ ପଡ଼ିଥିବା ଆଶଙ୍କା କରାଯାଉଛି । ପାଣିପାଗ ବିଭାଗ ୭ଟି ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି କରିଥିବା ଜଣାପଡୁଛି। ଉତ୍ତର କେରଳର ଓ୍ଵାୟନାଡ଼ ଏବଂ ମାଲପୁରମ୍‌ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଓ୍ଵାୟନାଡ଼ର କେତେକ ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ସେଣ୍ଟିମିଟର୍‌ ବର୍ଷା ହୋଇଛି ।

Advertisement