କୋଦଳା,୧୬/୦୭(ସୂର୍ଯ୍ୟ ନାରାୟଣ ବଡୁ): ଲଗାତାର ବୃଦ୍ଧି ପାଉଥିବା ପେଟ୍ରୋଲ , ଡିଜେଲ,ଗ୍ୟାସ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ରନ୍ଧନ ତୈଳ, ଔଷଧର ଦର ବୃଦ୍ଧିକୁ ନେଇ ରାଜ୍ୟ ସିପିଆଇ, ସିପିଆଇଏମ ପକ୍ଷରୁ ୬ ଘଣ୍ଟା ଓଡିଶା ବନ୍ଦ ଡାକରା ଦିଆଯାଇଛି l ରାଜ୍ୟରେ ଶାସକ ବିଜେଡି ଓ କେନ୍ଦ୍ରରେ ବିଜେପି ସରକାର ମିଳିତ ଭାବେ ଦେଶ ଓ ରାଜ୍ୟରେ ୫୬ ଥର ଦର ବୃଦ୍ଧି ଘଟାଇ ସାରିଲେଣି ଓ ରାଜ୍ୟରେ ବିଭିନ୍ନ ଅତ୍ୟାବଶକୀୟ ସାମଗ୍ରୀର ମଧ୍ୟ ଅହେତୁକ ଦରଦାମ ବୃଦ୍ଧି ଘଟି ଚାଲିଛି । ଏଥି ସହିତ ଡିଜେଲ ଓ ପେଟ୍ରୋଲ ଦର ଶହେ ଟପିଲାଣି ଏହାର ପ୍ରତିବାଦ କରି ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି( ସିପିଆଇ)ପକ୍ଷରୁ ୬ ଘଣ୍ଟିଆ ଧର୍ମଘଟ କରାଯାଇଛି । ସିପିଆଇ କର୍ମୀ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସ୍ଥିତ ସ୍ଵପ୍ନେଶ୍ଵର ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ସହ ବ୍ଲକ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ବନ୍ଦ କରିବା ସହିତ ପିକେଟିଂ ମଧ୍ୟ କରିଥିଲେ । ଅହେତୁକ ଦରଦାମ୍ ବୃଦ୍ଧି ଫଳରେ ଲୋକେ ଅତିଷ୍ଠ ହେଲେଣି ଯାହା ଫଳରେ କୌଣସି ଜିନିଷ କିଣିବା ପାଇଁ ଲୋକେ କଷ୍ଟ ଅନୁଭବ କରୁଛନ୍ତି ବୋଲି ସି ପି ଆଇ କର୍ମୀ ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସି ପି ଆଇ ନେତା ରଙ୍କନାଥ ସ୍ୱାଇଁ, ସତ୍ୟବାଦୀ ସ୍ୱାଇଁ, ଜୟକୃଷ୍ଣ ନାହାକ,ନାରାୟଣ ସେଠୀ, ଲକ୍ଷ୍ମଣ ସ୍ୱାଇଁ, କମଳ ଲୋଚନ ଗୌଡ଼, ଉଦୟ ନାଥ ନାହାକଙ୍କ ସମେତ ବହୁ ସି ପି ଆଇ କର୍ମୀ ଉପସ୍ଥିତ ଥିଲେ ।

















