ପ୍ରକଳ୍ପ ନିର୍ଦ୍ଦେଶକଙ୍କ କୋଦଳା ଏନଏସି ଗସ୍ତ

150
ADVERTISEMENT

କୋଦଳା,୧/୦୭(ସୂର୍ଯ୍ୟ ନାରାୟଣ ବଡୁ): ବୁଧବାର ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ କୋଦଳା ଏନଏସି ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷ୍ୟା କରିବା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ନିର୍ମାଣଧିନ ବର୍ଷାଜଳ ଅମଳ ପ୍ରକଳ୍ପ ଗୁଡିକୁ ବୁଲି ଦେଖିଥିଲେ l ତହସିଲ ଷ୍ଟାଡିୟମ, ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ମିନି ପାର୍କ, କୋର୍ଟ କଲୋନୀ,ସ୍ଵର୍ଣ୍ଣମୟୀ ହାଇସ୍କୁଲ,ମାଛ ମାର୍କେଟ, ରାମଚନ୍ଦ୍ରପୁର ଓପେନ ପ୍ଲେସ, ଏନଏସି କାର୍ଯ୍ୟଳୟ, ସ୍ମାର୍ଟ ପାର୍କ, କମ୍ୟୁନିଟି ଟଇଲେଟ ରେ ନିର୍ମାଣଧୀନ ବର୍ଷାଜଳ ଅମଳ ପ୍ରକଳ୍ପକୁ ଦେଖି ଖୁସିବ୍ୟକ୍ତ କରିବା ସହିତ ମହିଳାସଙ୍ଘ ମାନଙ୍କ କାର୍ଯ୍ୟକୁ ପ୍ରସଂଶା କରିଥିଲେ l ବର୍ତ୍ତମାନ କୋଦଳା ଏନଏସି ପୂର୍ବାପେକ୍ଷ୍ୟା ବିକାଶ କରିଛି ବୋଲି ମତବ୍ୟକ୍ତ କରିଥିବା ବେଳେ ମେଡିକାଲ ଛକ ଏବଂ ନୂତନ ଭାବେ ନିର୍ମିତ ମାଛ ମାର୍କେଟରେ ନିର୍ମାଣ କରାଯାଇଥିବା ଭେଣ୍ଡିଙ୍ଗ ଜୋନ ଦୋକାନ ଗୁଡିକୁ ଦେଖି ଖୁସିବ୍ୟକ୍ତ କରିଥିଲେ ଏବଂ ଉକ୍ତ ଦୋକାନ ଗୃହ ଗୁଡିକୁ ଶୀଘ୍ର ଖୋଲିବା ପାଇଁ ଚେଷ୍ଟା କରିବାକୁ ନିର୍ଦ୍ଦେଶ ଦେଇଥିଲେ l ଏହି ସମୟରେ ଏନଏସି କନିଷ୍ଠ ଯନ୍ତ୍ରୀ ଯତୀନ୍ଦ୍ର ମୋହନ ବେହେରା,ସ୍ୱଛତା ବେଶେଷଜ୍ଞ ମୁକ୍ତା କାର୍ଯ୍ୟ ସମ୍ପାଦକ ଦୁର୍ଗା ପ୍ରସାଦ ସାହୁ,ମୁକ୍ତା ସଂଯୋଜକ ମାନସ କୁମାର ଦାଶ,ମୁକ୍ତା ହିସାବ ରକ୍ଷକ ପ୍ରିୟଙ୍କା ଜେନା ପ୍ରମୁଖ ଉପସ୍ଥିତ ଥିଲେ l

Advertisement