Wednesday, November 11, 2026
ADVERTISEMENT
Home ଆଞ୍ଚଳିକ ଜଗଦଳପୁର କୋଭିଡ୍ ଲକ୍ଷଣରେ ମୁର୍ତ୍ୟୁହୋଇଥିବା ପରିବାରର ସଦସ୍ୟାଙ୍କ ସ୍ୱାସ୍ଥ୍ୟଅବସ୍ଥା ପଚାରିବୁଝିଲେ ତହସିଲଦାର

ଜଗଦଳପୁର କୋଭିଡ୍ ଲକ୍ଷଣରେ ମୁର୍ତ୍ୟୁହୋଇଥିବା ପରିବାରର ସଦସ୍ୟାଙ୍କ ସ୍ୱାସ୍ଥ୍ୟଅବସ୍ଥା ପଚାରିବୁଝିଲେ ତହସିଲଦାର

431
ADVERTISEMENT

କୁକୁଡାଖଣ୍ଡି,୨୬/୦୫(ଇ.ରଞ୍ଜନ): କରୋନା ଦ୍ଵିତୀୟ ଲହରୀ ଲକ୍ଷଣ ଗ୍ରାମାଞ୍ଚଳରେ ବୃଦ୍ଧି ପାଉଥିବା ଦେଖାଦେଉଛି l ପ୍ରାୟ ଲୋକେ ସାଧାରଣ ଲକ୍ଷଣ ଦେଖା ଗଲେ ଘରୋଇ ଉପଚାର କରୁଥାନ୍ତି ଏଥି ମଧ୍ୟରେ କିଛି ଲୋକେ ନିଜସ୍ୱ ବାସଭବନ ଠାରେ ଚିକିତ୍ସା ଅବସ୍ଥାରେ ହିଁ ଅମ୍ଳଜାନ ନେବା କଷ୍ଟ ଅନୁଭବ କରି ମୁର୍ତ୍ୟୁବରଣ କରୁଥାନ୍ତି ସର୍ବସାଧାରଣଙ୍କୁ ଅସ୍ତବ୍ୟସ୍ତ କରି କରୋନା ଯେଉଁ ଲକ୍ଷଣରେ ସଂକ୍ରମଣ କରୁଅଛି ସେଥି ମଧ୍ୟରୁ କିଛି ଲୋକେ ସୁସ୍ଥ ହେଉଥିବା ବେଳେ ଅଧିକ ଲୋକଙ୍କ ମୁର୍ତ୍ୟୁ ସୁନିଶ୍ଚିତ ହେଉଛି l

କୁକୁଡାଖଣ୍ଡି ବ୍ଲକ ଜଗଦଳପୁର ଗ୍ରାମର ଜଣେ ମହିଳା ପି.ସରସ୍ୱତୀ ପାତ୍ର ଲକ୍ଷଣ ଜନିତ ରୋଗରେ ପୀଡିତ ହୋଇ ଘରୋଇ ଚିକିତ୍ସାରେ କଷ୍ଟଅନୁଭବ କରିଥିବା ବେଳେ ଶେଷରେ ଅମ୍ଳଜାନ ଆବଶ୍ୟକ ରହିଥିବାରୁ ଅମ୍ଳଜାନ ବ୍ୟବହାର କରିଥିଲେ ଏଥିମଧ୍ୟରେ ଅମ୍ଳଜାନ ଯୋଗାଇଥିଲେ ସୁଦ୍ଧା ଜୀବନ ଚାଲିଯାଇଥିଲା ଏହା ପୂର୍ବରୁ ତାଙ୍କ ପୁଅ ମଧ୍ୟ ନୂତନ ଭୁତାଣୁ ଜନିତ ରୋଗର କଷ୍ଟ ଅନୁଭବ କରିଥିବାରୁ ଭୁବନେଶ୍ୱର ଘରୋଇ ମେଡିକାଲରେ ଚିକିତ୍ସା ହୋଇ ଫେରିଥିବା ବେଳେ ମାର ମୁର୍ତ୍ୟୁ ଘୋଟିଯାଇଛି ଏହା ପୂର୍ବରୁ ଗ୍ରାମରେ ଏକାଧିକ ଲୋକେ ଲକ୍ଷଣରେ ମୁର୍ତ୍ୟୁ ଘଟିଛି ଏହାକୁ ଦୃଷ୍ଟିରେ ରଖି ଗ୍ରାମର ବୃଦ୍ଧିଯିବି ମହଲରେ ଭୟର ଆତଙ୍କ ଦେଖାଦେଇଛି ଗ୍ରାମକୁ ସାନିଟାଇଜର କରିବା ପାଇଁ ଦାବି ହୋଇଥିବାରୁ ବିଡ଼ିଓ ଓ ତହସିଲଦାରଙ୍କୁ ଦୃଷ୍ଟିଆକର୍ଷଣ କରିବାରୁ ଗ୍ରାମକୁ ମଙ୍ଗଳବାର ଅପରାହ୍ନରେ ସାନିଟାଇଜର କରାଯାଇଛି ତହସିଲଦାର କଲ୍ୟାଣୀ ସଂଘମିତ୍ରl ମଧ୍ୟ ମୁର୍ତ୍ୟୁବରଣ କରିଥିବା ମହିଳାଙ୍କ ସଦସ୍ୟଙ୍କୁ ଧର୍ଯ୍ୟ ଧରିବା କହିବା ସହ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ଏଥିରେ ଗ୍ରାମର ସରପଞ୍ଚ ହାଡୁବନ୍ଧୁ ବେହେରା ମଧ୍ୟ ଉପସ୍ଥିତ ଥିଲେ l ବାତ୍ୟା ପ୍ରଭାବରେ ରାତ୍ରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ଦୃଷ୍ଟିରେ ରଖି ତହସିଲଦାର ସମେତ ସମସ୍ତ ଆର.ଆଇ ମାନଙ୍କୁ ନିଜ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ପାଇଁ ନିର୍ଦେଶ ପରାମର୍ଶ ଦେଇଥିଲେ ସରପଞ୍ଚ ମାନଙ୍କୁ ମଧ୍ୟ ଲୋକଙ୍କୁ ସଚେତନ କରିବା ପାଇଁ ଅନୁରୋଧ କରିଥିଲେ l

Advertisement