କୁକୁଡାଖଣ୍ଡି,୨୫/୦୫(ଇ.ରଞ୍ଜନ): ସାମ୍ବାଦିକ କହି ଜଣେ ଲୋକଙ୍କୁ ଫୋନ ଯୋଗେ ମରଣାଆତ୍ମକ ଧମକ ଦେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବଳରାମପଲି ଗ୍ରାମର ସି ମୋହନ ଆଚାରି ଅଭିଯୋଗ ଅନୁଯାୟୀ କୁକୁଡାଖଣ୍ଡି ଜଣେ ଏ. ପ୍ରକାଶ ରାଓ ଦୋରା ଅଶ୍ଳୀଳ ଭାଷାରେ ଦୁର୍ବ୍ୟବହାର କରି ତାଙ୍କୁ ଫୋନରେ ହତ୍ୟା କରି ଧମକ ଦେଇଥିଲେ l ସେ ନିଜକୁ ରିପୋଟର୍ ଭାବରେ ପରିଚିତ କରି ସାମ୍ବାଦିକ ଟିପ୍ସ ଭାବରେ ଟଙ୍କା ଦାବି କରିଥିବା ନେଇ ଅଭିଯୋଗ ହୋଇଥିବାରୁ ପୋଲିସ ପକ୍ଷରୁ ଶନିବାର ଗିରଫ କରି ଥାନାରେ ୧୫୭/୨୧ ମାମଲା ରୁଜୁ କରି ପୋଲିସ ପଚରାଉଚରା କରୁଛି l

















