Wednesday, November 11, 2026
ADVERTISEMENT
Home ଆଞ୍ଚଳିକ କୁକୁଡାଖଣ୍ଡି ତହସିଲ ପକ୍ଷରୁ ଗଡ଼ିଲା ରାଜସ୍ଵ ରଥ

କୁକୁଡାଖଣ୍ଡି ତହସିଲ ପକ୍ଷରୁ ଗଡ଼ିଲା ରାଜସ୍ଵ ରଥ

345
ADVERTISEMENT

କୁକୁଡାଖଣ୍ଡି,୧୪/୦୫(ଇ.ରଞ୍ଜନ): ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ତଥା ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ କୀର୍ତ୍ତି ବାସନ ନିର୍ଦ୍ଦେଶ କ୍ରମେ କୋଭିଡ଼ ମହାମାରୀ ସମୟରେ ଜନସାଧାରଣଙ୍କ ହାତପାଆନ୍ତାରେ ବିଭିନ୍ନ ରାଜସ୍ଵ ସେବା ଯୋଗାଇଦେବାକୁ ଆଜି କୁକୁଡାଖଣ୍ଡି ତହସିଲ ପକ୍ଷରୁ ରାଜସ୍ଵ ରଥ ଆରମ୍ଭ ହୋଇଛି । ବାଇଶିଟି ପଞ୍ଚାୟତ ବିଶିଷ୍ଟ ଏହି ତହସିଲରେ ଆସନ୍ତା ୩୧ତାରିଖ ଯାଏଁ ଏହି ରଥ ବିଭିନ୍ନ ଗ୍ରାମ ପରିକ୍ରମା କରିବାର ଯୋଜନା ରହିଛି । ପ୍ରଥମ ଦିନରେ ରାଜସ୍ଵ ରଥ ମାଧ୍ୟମରେ ଦକ୍ଷିଣପୁର ଏବଂ ଲାଞ୍ଜିଆ ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁ ବୁଲି କିସମ ପରିବର୍ତ୍ତନ ପଟ୍ଟା ଏବଂ ଆୟ, ଜାତି ତଥା ଉତ୍ତରାଧିକାରୀ ପ୍ରମାଣପତ୍ର ଲୋକଙ୍କ ଦ୍ୱାରମୁହଁରେ ଯୋଗାଇଦିଆଯାଇଥିଲା । ରାଜସ୍ଵ ରଥକୁ ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀ ଏବଂ ଅତିରିକ୍ତ ତହସିଲଦାର ଗୋଲୋକ ବିହାରୀ ସାହାଣୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଦୁଇ ରାଜସ୍ଵ ପରିଦର୍ଶକ ସୁବାସ ଚନ୍ଦ୍ର ନାୟକ ଏବଂ ପ୍ରଭାକର ଗୌଡ଼, ତହସିଲ ରେକର୍ଡ କିପର୍ ଉମାକାନ୍ତ ବେହେରା, ଦକ୍ଷିଣପୁର ରାଜସ୍ଵ ନିରୀକ୍ଷକ ସଙ୍ଗୀତା କୁମାରୀଙ୍କ ସମେତ କୁକୁଡାଖଣ୍ଡି ରାଜସ୍ଵ ନିରୀକ୍ଷକ ନାରାୟଣ କାର୍ଜୀ ଏବଂ କୃପାସିନ୍ଧୁପୁର ରାଜସ୍ୱ ନିରୀକ୍ଷକ ବନିତା ପାତ୍ର ମଧ୍ୟ ଉପସ୍ଥିତ ଥିଲେ। ଉପଜିଲ୍ଲାପାଳ ଶ୍ରୀ କୀର୍ତ୍ତି ବାସନଙ୍କ ପରାମର୍ଶ କ୍ରମେ କୁକୁଡାଖଣ୍ଡି ତହସିଲ ପ୍ରଶାସନ ପକ୍ଷରୁ କୋଭିଡ଼ ସଚେତନତା ବାର୍ତ୍ତା ପ୍ରଚାର ସହ କେତେକ ସ୍ଥାନରେ ମାସ୍କ୍ ବଣ୍ଟନ କରାଯାଇଥିଲା । ସୂଚନାଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିବା ରାଜସ୍ୱ ରଥ କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସ୍ୱାଗତ କରିବା ସହ ଏହାକୁ ଅନ୍ୟ ଜିଲ୍ଲାରେ ପ୍ରୟୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Advertisement