ନୂଆଦିଲ୍ଲୀ,୦୫/୦୫(ଡ଼ି.ଏଚ/ବ୍ୟୁରୋ): ଆଇପିଏଲ୍ ଚଳିତ ସିଜନ୍ ବାତିଲ। ଏକାଧିକ ଖେଳାଳି କରୋନା ଆକ୍ରାନ୍ତ ପରେ ବାତିଲ ହେଲା ଆଇପିଏଲ। ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳାଙ୍କ ପକ୍ଷରୁ ଏନେଇ ଦିଆଗଲା ସୂଚନା । ତେବେ ଏହାରି ମଧ୍ୟରେ ଅନେକ ଖେଳାଳୀ କରୋନାରେ ସଂକ୍ରମିତ ହେଲେଣି। ତେଣୁ ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନ ମିଳିଛି। ଆଜି ସନରାଇଜର୍ସ ହାଇଦ୍ରାବାଦର ରିଦ୍ଧିମାନ ଶାହା ପଜିଟିଭ ମିଳିଥିଲେ। ପୂର୍ବରୁ କୋଲକାତାର ୨ ଖେଳାଳି ପଜିଟିଭ ଚିହ୍ନଟ ହୋଇଥିଲେ। ଚେନ୍ନାଇର ବୋଲିଂ କୋଚ୍ ବାଲାଜୀ ବି ପଜିଟିଭ ଚିହ୍ନଟ ହୋଇଥିଲେ। ଚଳିତ ବର୍ଷ କରୋନା ସଂକ୍ରମଣ ସତ୍ତ୍ୱେ ଭାରତରେ ଆଇପିଏଲ ଆରମ୍ଭ ହୋଇଥିଲା। ସଂକ୍ରମଣ ଯୋଗୁ ବିନା ଦର୍ଶକରେ ଚଳିତ ବର୍ଷ ଆଇପିଏଲ ଖେଳାଯାଉଥିଲା। ବାୟୋବବଲ୍ସରେ ୨୯ଟି ମ୍ୟାଚ୍ ଖେଳାଯାଇଥିଲେ ହେଁ ହଠାତ୍ ଗତକାଲି ସବୁକିଛି ବଦଳି ଯାଇଥିଲା।ଗତକାଲି କୋଲକାତାର ଦୁଇ ଜଣ କ୍ରିକେଟର ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିୟର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଆଉ ଦୁଇ ଜଣ ଖେଳାଳିଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା ଆଇପିଏଲ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, “ଆପିଏଲ ଜିସି ଓ ବିସିସିଆଇ ସର୍ବସମ୍ମତିକ୍ରମେ ଟୁର୍ଣ୍ଣାମେଣ୍ଟର ୨୦୨୧ ସିଜିନକୁ ତତ୍କାଳ ଭାବେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ବିସିସିଆଇ ଖେଳାଳି, ଷ୍ଟାଫ ଓ ଆଇପିଏଲ ସହ ଜଡ଼ିତ ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ କୌଣସି ବୁଝାମଣା କରିବାକୁ ଚାହେଁନାହିଁ।




















